No Result
View All Result
୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମସ୍ଥିତ ପଞ୍ଚପଲ୍ଲୀ ବାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାରୁଅ- ଜୟ ମଙ୍ଗଳ ପରିସରରେ ବିଦ୍ୟାଳୟ ସ୍ତରୀୟ ବନ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟବକ୍ତା,
ସରପଂଚ ସୁଶ୍ରୀ ରଞ୍ଜିତା ମହାଭୋଇ,ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ଓ ଶ୍ରୀ ନିବାସ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ଦ୍ଵାରା ଆମେମାନେ ସମସ୍ତେ ଏକ ସବୁଜ ସୁନ୍ଦର ପୃଥିବୀ ସୃଷ୍ଟି ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷକ ବିଜୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଚିକୁନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ/ ସଦସ୍ୟା ମାନେ ଯୋଗଦେଇଥିଲେ ।

No Result
View All Result