୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ମଡେଲ ଡିଗ୍ରୀ କଲେଜ ଜାତୀୟ ସେବା ସଂସ୍ଥା ଓ ଶ୍ରୀ ସତ୍ୟସାଇ ସେବା ସଂସ୍ଥା, ନୟାଗଡ଼ ଆନୁକୂଲ୍ୟରେ କଲେଜ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ ମହୋସ୍ଛବ ଆହ୍ୱାନ କ୍ରମେ ସବୁଜ ପରିବେଶ ନିର୍ମାଣ ଉଦେଶ୍ୟରେ କଲେଜ ଅଧ୍ୟକ୍ଷ ଡାକ୍ତର ମାନସ ରଞ୍ଜନ ଶତପଥିଙ୍କ ପୌରହିତ୍ୟରେ ‘ ମା ପାଇଁ ଗଛ ଟିଏ ‘ କାର୍ଯ୍ୟକ୍ରମ ପାଳିତ ହୋଇଅଛି.

ପ୍ରାରମ୍ଭିକ ପର୍ଯ୍ୟାୟରେ ସତ୍ୟସାଇ ସେବା ସଂଗଠନ ଜିଲା ସଭାପତି ପ୍ରତାପ ଚନ୍ଦ୍ର ପରିଡାଙ୍କ ସହିତ ଅନ୍ୟାନ୍ୟ ଦଶ ଜଣ ସାଇ ସେବକ ଓଁକାର ସହିତ ଭଜନ ପରିବେଷଣ କରି ପରିବେଶକୁ ଆଧ୍ୟାତ୍ମିକମୟ କରାଇଥିଲେ. ଶତାଧିକ ଛାତ୍ର ଛାତ୍ରୀ, ଜାତୀୟ ସେବା ସଂସ୍ଥା ସ୍ୱଚ୍ଛାସେବୀଙ୍କ ଦ୍ୱାରା ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା. ଜାତୀୟ ସେବା ସଂସ୍ଥା ନିର୍ବାହୀ ସୁନୀଲ କୁମାର ମଲିକ,ଦୀପିକା ରାଣୀ ଟୁରୁକ ଓ ଯୁବ ରେଡ କ୍ରସ ନିର୍ବାହୀ ବିଜୟିନୀ ଶୁଭଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.















