No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବ୍ଲକ ବୋଲଗଡ ଅନ୍ତର୍ଗତ ଭକ୍ତ ଚରଣ ସରକାରି ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ବିଦାୟୀ କର୍ମଚାରୀ ବିଜୟ କୁମାର ସାହୁଙ୍କ ଅବସରକାଳୀନ ସମର୍ଦ୍ଧନା ଉତ୍ସବ ଶିକ୍ଷାବିତ ରାଜକିଶୋର ବ୍ରହ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସଂମ୍ମାନିତ ଅତିଥିଭାବେ ଭାବେ ଗୌରାଙ୍ଗ ଚରଣ ଛୋଟରାଏ,ବୈକୁଣ୍ଠ ଚରଣ ନାୟକ,ତ୍ରିଲୋଚନ ମହାନ୍ତି ପ୍ରଫୁଲ ସିଂ, ଯୋଗିନାଥ ନାୟକ, ବିଜୟ କୁମାର ମିଶ୍ର, ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ମୋ ସ୍କୁଲ ର ଚେୟାରମ୍ୟାନ ରାମଚନ୍ଦ୍ର ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ବିଦାୟୀ ସଙ୍ଗୀତ ଗାନ କରିଥିଲେ ଓ ଶିକ୍ଷକ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l

ସମସ୍ତ ନିମନ୍ତ୍ରିତ ଅତିଥିମାନେ ବିଦାୟୀ ଆଦର୍ଶ କର୍ମଚାରୀ ବିଜୟ କୁମାର ସାହୁଙ୍କର ଛାତ୍ର ବତ୍ସଳତା, ପରୋପକାରୀତା, ସାଧୁତା, ପରିବେଶ ସୁରକ୍ଷା ଓ ଉତ୍ତମ ଆଚରଣ ସମ୍ପର୍କରେ ଗୁଣଗାନ କରିଥିଲେ l ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସରପଞ୍ଚ କର୍ମଚାରୀ ବିଜୟ କୁମାର ସାହୁଙ୍କୁ ପ୍ରୀତି ଉପହାର, ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ତାଙ୍କର ନିରାମୟ ତଥା ସୁସ୍ଥ ଜୀବନ କାମନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରା ସଂଯୋଜନା କରି ପରିଚାଳନା କରିଥିଲେ ଓ ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧିଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମିଳିତ ଭାବେ ଏହାକୁ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ସାନନ୍ଦ କୁମାର ସାହୁ ବିଦାୟୀ ବିଦ୍ୟାଳୟର କର୍ମଚାରୀଙ୍କ ଗୁଣଗାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result