୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସରକାରଙ୍କ ରାଜ୍ୟରେ ଥିବା ଗାଁ ଗୁଡିକୁ ସଫାସୁତରା ରଖିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ଖର୍ଛ କରୁଛନ୍ତି କୋଟି କୋଟି ଟଙ୍କା । ଏଥି ନିମନ୍ତେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକକୁ ମଧ୍ୟ ଲକ୍ଷ ଲକ୍ଷ ହେଉଛି ହେଲେ ସେହି ଅର୍ଥସବୁ ଠିକ୍ ଭାବରେ ବ୍ୟୟ ନହୋଇ କେବଳ କାଗଜ କଲମରେ ଖର୍ଛ ହେବାପରି ଦର୍ଶାଯାଉଥିବା ଅଭିଯୋଗ ହେଉଛି । ଅବସଚେନତା କାରଣରୁ ବ୍ଳକର ଅଧିକାଂଶ ଗ୍ରାମରେ ଅଳିଆ ଆବର୍ଜନା ସବୁ ପଡାରହି ଦୂଷିତ ପରିବେଶ ସୃଷ୍ଟି କରିବା ସହିତ ମ୍ୟାଲେରିଆ ଓ ଝାଡାବାନ୍ତି ଭଳି ରୋଗ ବୃଦ୍ଧି ପାଇଛି । ଏହାର ନିରାକରଣ ସହିତ ଲୋକମାନଙ୍କୁ ସଚେତନତା କରିବା ନିମନ୍ତେ ସରକାର ଗାଁ କଲ୍ୟାଣ ସମିତିମାନ ଗଠନକରି ଲୋକଙ୍କ ଜରିଆରେ ଅର୍ଥ ଖର୍ଛକରି ସଚେତନତା ସୃଷ୍ଟି କରିବା ସହିତ ଗ୍ରାମ ପରିବେଶକୁ ସଫାସୁତୁର କରିବା କଥା ହେଲେ ଆର,ଉଦୟଗିରି ବ୍ଳକରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
© 2023 Odisha Taza News.