୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ରାଜ୍ୟରେ ସମସ୍ତ ନିର୍ବାଚିତ ସାସଂଦ,ବିଧାୟକ, ସରପଞ୍ଚ, ସମିତିସଭ୍ୟ ମାନଙ୍କ ଦରମା ବୃଦ୍ଧି ହୋଇଥିଲା ବେଳେ ନିର୍ବାଚିତ ଓ୍ବ।ର୍ଡ ସଭ୍ୟ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ହୋଇନାହିଁ ଯାହାକୁ ନେଇ ଓ୍ବ।ର୍ଡ ସଭ୍ୟ ମାନେ ଏକାଠି ହୋଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡାଙ୍କୁ ୫ଦଫା ଦାବିପତ୍ର ଦେଇ ଭେଟିଛନ୍ତି ଟାଗିଂ ବ୍ଲକ ଓ୍ବ।ର୍ଡ ସଭ୍ୟ ।

ଆଜି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ର ଓ୍ବ।ର୍ଡ ସଭ୍ୟ ଓ ସଭ୍ୟା ମାନେ ଭୂବନେଶ୍ୱର ଲୋକସେବା ଭବନରେ ଉପମୂଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିବା ଜଣାପଡିଛି।ଟାଗିଂ ବ୍ଲକ ଓ୍ବ।ର୍ଡ ସଭ୍ୟ ମାନଙ୍କ ସଭାପତି ବରସାତ ବାଦଶାହାଙ୍କ ନେତୃତ୍ୱରେ ସଂଘର ଉପ ସଭାପତି ସଂଯୁକ୍ତା ମିଶ୍ର,ସଂମ୍ପାଦକ ପ୍ରମୋଦ କୁମାର ପାତ୍ରଙ୍କ ସମେତରେ ଓ୍ବ।ର୍ଡ ସଭ୍ୟ ମାନେ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।















