No Result
View All Result
ବିଶ୍ଳରେ ଜଳବାୟୁ ପରିବର୍ତ୍ତନ ଧିରେ ଧିରେ ବିଗିଡିବାରେ ଲାଗିଛି।ଜଳବାୟୁ ସନ୍ତୁଳନ ରକ୍ଷା ଅରିବା ନିମନ୍ତେ ବୃକ୍ଷରୋପଣ ର ଆବଶ୍ୟକତା ଅଛି।ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଦେଶରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।ପ୍ରତ୍ୟେକ ବ୍ୟକ୍ତି ୫ଟି ବୃକ୍ଷରୋପଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ରହିଛି । ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ କାର୍ଯ୍ୟାଳୟ ପରେ ସରିସରରେ ଆଜି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଟାଗିଂ ବ୍ଲକ ଉନ୍ନୟନ ଅଧିକାରୀ ରେସ୍ମା ଟେଟେଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ବୃକ୍ଷ ହିଁ ଜୀବନ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ୫କ ଲେଖାଏଁ ବୃକ୍ଷରୋପଣ ପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ସିଆରପି,ଏମବିକେ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେଇଥିଲେ।ବିଧାୟକ ନିଜେ ବ୍ଲକ କାର୍ଯ୍ୟାଳୟ ପରିସରରେ ୫ଟି ଗଛ ଲଗାଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ମହିଳା ମାନଙ୍କୁ ବୃକ୍ଷ ବଣ୍ଟନ କରି ଥିଲେ।

No Result
View All Result