No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ବିଜେଡି ସଭାପତି ସନାତନ ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଥମେ ପ୍ରବାଦ ପୁରୁଷ ,

ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡି କୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା,ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,

ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା,୧୬ ନଂ ଜିଲ୍ଲା ପରିଷଦ ଜସ୍ମିଁନ ଦାସ,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡ଼ା ଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଏବଂ ବିଜୁ ଜନତା ଦଳର ସଂଗଠକ,କର୍ମୀ ଉପସ୍ଥିତ ଥିଲେ।

ସମସ୍ତେ ଏକତ୍ରିତ ହୋଇ ବିଜେଡି ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଥିଲେ।ନୂଆଗାଁ ବ୍ଲକ୍ ଡ୍ରାଇଭର ମହାସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଜୁ ଭବନ ଠାରୁ ଦଶପଲ୍ଲା ବିଧାୟକ ଙ୍କୁ ବିଶାଳ ବାଇକ୍ ଶୋଭାଯାତ୍ରାରେ ଜୟ ନବୀନ,ଜୟ ରମେଶ ସ୍ଲୋଗାନ ଦେଇ କର୍ମୀ ମାନେ ବ୍ଲକ୍ ପର୍ଯ୍ୟନ୍ତ ନେଇଥିଲେ ।


No Result
View All Result