No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ରାଜ୍ୟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମମ୍ ଟ୍ରଷ୍ଟ ଓ ହାଇଟେକ୍ ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ୦୪ ଓ ୦୫ ଜୁଲାଇ ୨୦୨୪ , ଦୁଇ ଦିନ ବ୍ୟାପୀ ଏକ ଦନ୍ତ ଚିକିତ୍ସା ଶିବିର ସ୍ଥାନୀୟ ଶାନ୍ତିପଲ୍ଲୀ କମୁନିଟୀ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି l ହାଇଟେକ୍ ହସ୍ପିଟାଲ ଦନ୍ତ ବିଭାଗ ମୁଖ୍ୟ ଡ. ସନ୍ଦୀପ ସାମଲ, ଆସିଷ୍ଟାଣ୍ଟ ପ୍ରଫେସର ଡ.ଅରୂପ ରତନ ଦାସ, ଦନ୍ତ ବିଭାଗୀୟ ଛାତ୍ର ଡ. ଆଶୁତୋଷ ପଣ୍ଡା, ଡ. ତରୁଣ କୁମାର ସାହୁ, ଡ. ସ୍ଵୟଂଶ୍ରୀ ଗିରି ଏଵଂ ଡ.ତନିଶା ମିଶ୍ର ଙ୍କ ଉପସ୍ଥିତି ରେ ପ୍ରଥମ ଦିନ ରେ ୬୦ ଜଣ ଲୋକଙ୍କ ଦନ୍ତ ସମସ୍ୟା ଚିହ୍ନଟ କରାଯାଇଥିଲା l

୨ୟ ଦିନରେ ହସ୍ପିଟାଲ ତରଫରୁ ବସ ଜରିଆରେ ସେମାନଙ୍କୁ ହସ୍ପିଟାଲ ନିଆଯାଇ ସେମାନଙ୍କ ଦନ୍ତ ସମସ୍ୟା ର ସମାଧାନ କରାଯାଇଥିଲା l ଏହି ଦୁଇ ଦିନ ବ୍ୟାପୀ ଶିବିର କୁ ମମ୍ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତୀ ସୁଜାତା ନାୟକ, ବରିଷ୍ଟ ସଦସ୍ୟା ସୁଚରିତା ଜେନାମଣି ଓ ସ୍ଵେଚ୍ଛାସେବୀ ମାନେ ସୁଚାରୁ ରୂପେ ପରିଚାଳନା କରିଥଲେ l

ଏହି ଅବସର ରେ ମମ ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାନେତ୍ରୀ ଶ୍ରୀମତୀ ନାୟକ ଅଂଶଗ୍ରହଣ କରିଥିବା ସମସ୍ତ ଡାକ୍ତର ମୂଖ୍ୟତଃ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଡ. ସାମଲ ଏଵଂ ତାଙ୍କ ସହଯୋଗୀ ଡାକ୍ତର ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ l ଆଗାମୀ ଦିନରେ ବିଭିନ୍ନ ଜାଗାରେ ଏହିପରି ଶିବିର ମାନ ହାଇଟେକ୍ ହସ୍ପିଟାଲ ଓ ମମ୍ ଟ୍ରଷ୍ଟ ତରଫରୁ କରାଯିବାର ପ୍ରସ୍ତାବ ଗ୍ରହଣ କରାଯାଇ ଅଛି l ସମାଜରେ ଗୋଷ୍ଠୀ ସ୍ୱାସ୍ଥ୍ୟ ର ମହତ୍ତ୍ଵ କୁ ଉପଲବ୍ଧି କରାଯାଇ ଏହି ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀମତୀ ନାୟକ ସୂଚନା ଦେଇଥିଲେ l


No Result
View All Result