No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ପାଣିପଇଲା ନିକଟସ୍ଥ ମିଲେନିୟମ ଏକାଡେମୀ ପରିସରରେ ଭାରତ ବିକାଶ ପରିଷଦ ତରଫରୁ ବନ ମହୋତ୍ସବ ପାଳନ ହୋଇ ଯାଇଛି । ପରିଷଦର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ମିଲେନିୟମ ଏକାଡେମୀ ପରିସରରେ ପ୍ରାୟ ୨୦୦ ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଏକ ଲିମ୍ବ ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହାପରେ ମିଲେନିୟମ ଏକାଡେମୀର ଚେୟାରମ୍ୟାନ ବସନ୍ତ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ ଲିମ୍ବ,କରଞ୍ଜ,ଅଶୋକ,ଓଉ,ବଉଳ, ଜାମୁ, ମେହଗାନି,କାଠ ବାଦାମ,ପେସ୍ତା ଆଦି ୨୦୦ ଗଛ ରୋପଣ କରାଯାଇ ଥିଲା । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ଉପସଭାପତି ଶ୍ରୀଧର ସାହୁ, ପ୍ରକୃତି ବନ୍ଧୁ ଗଛ ମଣିଷ ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ସେବା ସଚିବ ସୁବଳ ଚରଣ ବେହେରା, ହରେକୃଷ୍ଣ ସାହୁ, ଉଦ୍ଯନାଥ ସାହୁ, ସୁକାନ୍ତି ମହାନ୍ତି,ସୁକେଶ ଚନ୍ଦ୍ର ଶତୃଶଲ୍ୟ, ଗୋବିନ୍ଦ ଚନ୍ଦ୍ର ସାହୁ ଆଦି ବହୁ ସଦସ୍ଯ ଯୋଗ ଦେଇଥିଲେ ।


No Result
View All Result