No Result
View All Result
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାରିଯାନ ଚଳାଚଳ ଦ୍ଵାରା ବୃଦ୍ଧି ପାଉଥିବା ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସମ୍ପର୍କିତ ସମସ୍ୟାକୁ ନେଇ ନୟାଗଡ ଜିଲ୍ଲାପାଳ ସ୍ୱାଧାଦେବ ସିଂ ଉଦବେଗ ପ୍ରକାଶ କରିବା ସହିତ ଭାରିଯାନ ଚଳାଚଳରେ ପରିବତ୍ତନ ଆଣିଛନ୍ତି । ଉଲ୍ଲେଖ ଯୋଗ୍ୟ, ଗତ ୩୦/୦୬ ତାରିଖରେ ଏକ ହାଇୱା ଦୁର୍ଘଟଣାରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏକମାତ୍ର ପୁଅ ମୃତ୍ୟୁବରଣ କରିଥିଲେ ।
ଯାହାକି,ଭାପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ସ୍ଥାନୀୟ ବିଧାୟକ ଇଁ ଦୁଷ୍ମନ୍ତ ସ୍ବାଇଁ ଭାରିଯାନ ଚଳାଚଳ ସମୟକୁ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଭାପୁର ବ୍ଲକ ଦେଇ ଆବଶ୍ୟକତାଠାରୁ ଅଧିକ ବାଲି,ଚିପ୍ସ, ମେଣ୍ଟାଲ ଆଦି ସହରକୁ ପ୍ରତିଦିନ ଶତାଧିକ ହାଇୱାରେ ବୁହା ଚାଲିଥିଲା ।
ଏହାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଚିଠି ନ – ୩୩୦୫/R T A/୦୪.୦୭.୨୦୨୪ରେ ମଟର ଭେହିକିଲ ଆକ୍ଟ ୧୯୮୮/sec ୧୧୫ ଅନୁଯାୟୀ ଭାରିଜନ ଚଳାଚଳ ର ସମୟ ସକାଳ ୭ ରୁ ରାତି ୯ ଟା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ଏହା ସହିତ ଅପରାହ୍ନ ୧ ଟା ରୁ ୩ ଟା ପର୍ଯ୍ୟନ୍ତ ନିୟମକୁ କୋହଳ କରାଯାଇଛି ଫଳରେ, ପଥଚାରୀମାନଙ୍କର ଯାତାୟାତରେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ ।ଜିଲ୍ଲାପାଳ ସ୍ୱାଧାଦେବ ସିଂ ଭାରିଯାନ ଚଳାଚଳରେ ପରିବତ୍ତନ କରିଥିବାରୁ ଭାପୁର ବ୍ଲକର ଶିକ୍ଷାବିତ, ସମସ୍ତ ଜନସାଧାରଣ ବୁଦ୍ଧିଜୀଵୀ ଓ ସାମ୍ବାଦିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି !
No Result
View All Result