୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ” ସମ୍ପୂର୍ଣ୍ଣତା ଅଭିଯାନ” ର ଶୁଭାରମ୍ଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ନିତି ଆୟୋଗ ୟଙ୍ଗ ପ୍ରଫେସନାଲ ମନୋଜ ଯୋଶୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦିଲ୍ଲୀପ ମହାରଣା, ଡି ଡି ପ୍ଲାନିଂ ( ଡି ପି ଏମ୍ ୟୁ) ଶ୍ରୀକାନ୍ତ ଦଳେଇଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ଛାତ୍ର ଛାତ୍ରୀ, ଚାଷୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ତା ୦୪.୦୭.୨୦୨୪ ରୁ ୩୦.୦୯.୨୦୨୪ ପର୍ଯ୍ୟନ୍ତ ୩ ମାସ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣତା ଅଭିଯାନରେ ଜିଲ୍ଲା କାର୍ଯ୍ୟକ୍ରମ ପାଇଁ ୬ ମାପ ସୂଚକ ଏବଂ ୨ ଟି ବ୍ଲକ୍ ଥିଆମୂଲ୍ ରାମପୁର ଓ ମଦନପୁର ରାମପୁର ପାଇଁ ୬ ମାପ ସୂଚକରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗର୍ଭବତୀ ମହିଳା ମାନଙ୍କ ନାମ ରେଜିଷ୍ଟ୍ରେସନ୍ , ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିସାର ଖାଦ୍ୟ,
ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ,୯ ରୁ ୧୧ ମାସ ମଧ୍ୟରେ ଛୋଟ ଶିଶୁମାନଙ୍କ ଟୀକାକରଣ, ବିଦ୍ୟାଳୟ ମାନଙ୍କରେ ବିଦ୍ୟୁତିକରଣ, ଶିକ୍ଷା ବର୍ଷ ଆରମ୍ଭର ପ୍ରଥମ ମାସରେ ପାଠ୍ୟ ପୁସ୍ତକ ଯୋଗାଣ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ନିରୂପଣ ଉପରେ ମୂଖ୍ୟତଃ ଅଧିକ ଗୁରୁତ୍ବ ଦିଆଯିବ ।ଭାରତର ପ୍ରଧାନମନ୍ତ୍ରୀଙ୍କ ଦେଶରେ ୧୧୨ ଜିଲ୍ଲାରେ ଆକାଙ୍କ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଓ କୃଷି କ୍ଷେତ୍ରରେ ଅଗ୍ରଗତି ଉପରେ ପ୍ରେରଣାଦାୟୀ ଭିଡିଓ ସମସ୍ତେ ଦେଖି ଥିଲେ । ଏହି ଅବସରରେ ଆଜି ସକାଳ ୯.୦୦ ଘ: ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ” ସମ୍ପୂର୍ଣ୍ଣତା ଅଭିଯାନ” ପ୍ଲାକାର୍ଡ ଧରି ସ୍କୁଲ୍ ଛାତ୍ର ଛାତ୍ରୀ, ସରକାରୀ ଅଧକାରୀ,
ନର୍ସିଂ ଛାତ୍ର ଛାତ୍ରୀ, ଏସ୍ ଏସ ଜି ମାଆ ମାନେ ସହର ପରିକ୍ରମା କରିଥିଲେ।ଜିଲ୍ଳା ପରିଷଦ ସମ୍ମିଳନୀ ଗୃହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତଙ୍କୁ ଆକାଂକ୍ଷା ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟକ୍ରମର ଶପଥ ପାଠ କରାଇଥିଲେ । ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଓ ଅଧ୍ୟକ୍ଷ ଜିଲ୍ଲାପରିଷଦ ୨୦୧୮ ରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ନିଜ ବକ୍ତବ୍ୟରେ ଆକାଂକ୍ଷା ଜିଲ୍ଲା ରୂପେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ , ସ୍କୁଲ୍ ଗୃହରେ ବିଦ୍ୟୁତିକରଣ ଓ ଅନ୍ୟାନ୍ୟ କ୍ଷେତ୍ର ରେ ବେଶ୍ ଅଗ୍ରଗତି ହୋଇଛି ଏଵଂ ଏହାକୁ ଅଗ୍ରଣୀ ଜିଲ୍ଳା ରୂପେ ଦେଖିବାକୁ ଓ ସୁଚକର ମାନ ଓ ହାର ବୃଦ୍ଧି କରିବାକୁ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଓ ପରିଶ୍ରମ ଆବଶ୍ୟକ ବୋଲି କହିଥିଲେ। ସଭାଟିକୁ ଡି. ଡି ,ଡି ପି ଏମ୍ ୟୁ ପରିଚାଳନା କରିଥିଲେ।