No Result
View All Result
୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :–> ମୋଟର ଯାନ ଆକ୍ଟ ୧୯୮୮(୫୯),ରୁଲ ୧୯୯୩(୧୭୩)ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା-ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ,ଗୁଣ୍ଡ ପଥର(ଚିପସ୍),ଖଣ୍ଡ ପଥର,ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂ,ଭା.ପ୍ର.ସେ.ଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି ।

ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।

No Result
View All Result