No Result
View All Result
୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚକମା ଏବଂ ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଯୋଗ ଦେଇଥିଲେ । ଜିଲ୍ଲାର କ୍ରମବଧିଶ୍ନୁ ସଡ଼କ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସଭା ପରିଚାଳନା ସହ ରାଜ୍ୟ ସରକାର ଓ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଜାତୀୟ ରାଜପଥର ଜବରଦଖଲ ଉଚ୍ଛେଦ କରାଗଲେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରନ୍ତା ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ବୈଠକ ରେ ଉପଜିଲ୍ଲାପାଳ, ପୋଲିସ୍ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ, ଏନ୍ ଏ ସି ଙ୍କୁ ଏହି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଗତ ମଇ ଓ ଜୁନ ମାସରେ ଜିଲ୍ଲାର ଯାନବାହନ ଜନିତ ରାଜସ୍ବ ଆଦାୟ ମୋଟ୍ ୬.୨୬ କୋଟି ଟଙ୍କା ଆଦାୟ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୮୯% ଅଟେ । ବିଗତ ଦୁଇ ମାସରେ ଜିଲ୍ଲାରେ ସମୁଦାୟ ୪୫ ଗୋଟି ଦୁର୍ଘଟଣା ଘଟିଛି । ମଦ୍ୟପାନ ଜନିତ ଦୃତବେଗ ଚାଳନା, ବିନା ହେଲମେଟ ଓ ସିଟ୍ ବେଲ୍ଟରେ ଗାଡି ଚାଳନା ଓ ଖରାପ ରାସ୍ତା ଯୋଗୁଁ ମୁଖ୍ୟତ ଦୁର୍ଘଟନା ଘଟୁଛି । ବେଆଇନ୍ ମଦ କାରବାର ଦିଗରେ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ କୃଷି କର୍ମରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କୁ ମାଳବୁହା ଗାଡ଼ିରେ ଯଦି ପରିବହନ କରାଯାଏ ସେଥିପାଇଁ ପଦକ୍ଷେପ ନେବାକୁ ପୋଲିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାର ନର୍ଲା ରାସ୍ତାର ସେତୁରେ ଫାଟ ସୃଷ୍ଟିର ମରାମତି, ବାନେର୍ ଠାରୁ ଲଡୁଗାଁ ଛକ, ଘୋଡ଼ା ପୋଖରୀ ଠୁ ବାଲିପଡ଼ା ଛକ, ମୁଖିଗୁଡା ଠାରୁ ନବରଙ୍ଗପୁର ରାସ୍ତାରେ ଥିବା ଟୁଲୁ ଘାଟି ରାସ୍ତାର ଉନ୍ନତିକରଣ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସ୍ଵୟଂ ଚାଳିତ ଟ୍ରାଫିକ ସିଗନାଲ ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ଵରାନିତ କରିବା, ଜିଲ୍ଲାରେ ସ୍ବୟଂ ଚାଳିତ ମୋଟର ଚାଳନା କେନ୍ଦ୍ର ଅତିଶୀଘ୍ର କାର୍ଯ୍ୟକ୍ଷମ , ଭାରିଯାନର ରହଣୀ ସ୍ଥାନ ନିର୍ମାଣ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମୋଟର ଯାନ ଆଇନ୍ ଉଲଂଘନକାରୀଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାର ଦୁର୍ଘଟଣା ହ୍ରାସ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ମତ ପ୍ରକାଶ ପାଇଥିଲା । ବୈଠକରେ ସି ଡି ଏମ ଏଣ୍ଡ ପି ଏଚ୍ ଓ ମୋଟରଯାନ ନିରୀକ୍ଷକ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ଏନ୍ ଏଚ/ ଆର୍ ଏଣ୍ଡ ବି କର୍ମକର୍ତା,ଅବକାରୀ ଅଧିକ୍ଷକ, ଇ ଓ ମ୍ୟୁନିସିପାଲଟି ଭବାନୀପାଟଣା,ଜୁନାଗଡ ଏନ୍ ଏ ସି,ଘରୋଇ ବସ୍ ଓ ଟ୍ରକ୍ ସଂଘର କର୍ମକର୍ତ୍ତା,ସଭ୍ୟ ସାମ୍ବାଦିକ ଉମା ଶଙ୍କର କର ଓ ଏସ ଆର୍ ଟି ସି କର୍ମକର୍ତା ଯୋଗ ଦେଇଥିଲେ ।
No Result
View All Result