No Result
View All Result
୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :-> କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡି ନଦୀ ଉପତ୍ୟକାର ବଂଶୀଧର ସ୍ମୃତି ଉଦ୍ୟାନ ନିକଟରେ ୭୫ ତମ ବନ ମହୋତ୍ସବ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଅଭିଯାନରେ ଅନୁପ୍ରାଣୀତ କଟକ କଲେଜ ଛକର ଯୁବ ସଂଗଠନ “ଛାତ୍ର ସମାଜ ଓଡ଼ିଶା” ଓ ନୂଆପଡ଼ାର “ବ୍ରଦରସ୍ କ୍ଳବ୍”ର କର୍ମକର୍ତ୍ତା ଓ ଉଦୀୟମାନ ଯୁବକମାନେ ଉପସ୍ଥିତ ରହି ବନ ମହୋତ୍ସବ ପାଳନ କରିବା ସହ ବୃକ୍ଷରୋପଣ କରିଥିଲେ।

ପ୍ରକୃତିବନ୍ଧୁ ନବକିଶୋରଙ୍କ ଦୀର୍ଘ ୩୫ ବର୍ଷ ଧରି ବହୁ ଜଙ୍ଗଲ ସୃଷ୍ଟି ଅଭିଯାନରେ ଅନୁପ୍ରାଣୀତ ଉଭୟ ସଂଗଠନର ଯୁବ ସଦସ୍ୟମାନେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ବହୁ ମୂଲ୍ୟବାନ ବକ୍ତବ୍ୟ ଦେବା ସହିତ ଭାରତ ମାତାର ଜୟ ଜୟକାର କରିଥିଲେ । ଏହି ଅବସରରେ ଉଭୟ ଅନୁଷ୍ଠାନ ପକ୍ଷରୁ ନବକିଶୋରଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ବ୍ରଦରସ୍ କ୍ଳବ୍ ପକ୍ଷରୁ ଅନିକେତ ବିଶ୍ଵାଳ, ରାହୁଲ ଲେଙ୍କା, ସୌମ୍ୟ ରଞ୍ଜନ ଦତ୍ତ, ଆଶୁତୋଷ ନାୟକ, ଅନୁରାଗ ମହାପାତ୍ର, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଛାତ୍ର ସମାଜ ଓଡ଼ିଶା ପକ୍ଷରୁ ଦୀପକ କୁମାର ଗୁରୁ, ସତ୍ୟପ୍ରକାଶ ମହାରଣା, ଦେବାଶିଷ ଗୁରୁ, ରାହୁଲ କୁମାର ସେଠୀ, ବାବୁନା ଆଚାର୍ଯ୍ୟ, ସମାଜସେବୀ ବସନ୍ତ କୁମାର ପଣ୍ଡା, ଭଗବତି ପ୍ରସାଦ ପତି ଓ ଚନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result