ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) କେରଳ : ପ୍ରବଳ ବର୍ଷା ଯୋଗୁଁ କେରଳରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ପ୍ରାଣ ହରାଇଛନ୍ତି । ଅନ୍ୟ ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଡିଜିସିଏ ପକ୍ଷରୁ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ମାଲାପୁରମରୁ ୫୦ ଜଣିଆ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଚି ତୁରନ୍ତୁ ଉଦ୍ଧାରକାର୍ଯ୍ୟ କରିଥିଲେ । ୨ ଘଂଟା ମଧ୍ୟରେ ସମସ୍ତ ଯାତ୍ରୀ ଉଦ୍ଧାର ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥାହୋଇଛନ୍ତି ।