No Result
View All Result
୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ,ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ ସମସ୍ତ ଆଉଟ୍ ସୋର୍ସ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ତରଫରୁ ଡିଭିଜନ ଅଫିସ୍ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଆଜି ତା ୦୩/୦୭/୨୦୨୪ ରିଖ ଦିବା ୧୦ଘଟିକା ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଇଅଛି । ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ ପକ୍ଷରୁ ଟାଟା ପାୱାର ର ଉପରିସ୍ଥ କର୍ମଚାରୀ ମାନଙ୍କୁ ବାରମ୍ବାର ବିଭିନ୍ନ ଦାବୀକୁ ନେଇ ଲିଖିତ ଅଭିଯୋଗ କରିବା ଏବଂ ଆଲୋଚନା ମାଧ୍ୟମରେ କୌଣସି ସୁଫଳ ମିଳି ପାରୁନାହିଁ ।

ଏକ ବିପଦପୂର୍ଣ୍ଣ ଜରୁରୀ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ ଟାଟା ପାୱାର ର ଅହେତୁକ ଅବହେଳା ପୂର୍ଣ୍ଣ ଚିନ୍ତାଧାରା ଏବଂ ଶୋଷଣ ନୀତି ବାରମ୍ବାର ଅବଲମ୍ବନ ଦ୍ଵାରା ଶ୍ରମିକ ମାନଙ୍କର ବହୁ ଦିନଧରି ଓ ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁ ନାହିଁ। କୌଣସି ପରିସ୍ଥିତିରେ କମ୍ପାନୀର ଉପରିସ୍ଥ ଅଧିକାରୀ ମାନେ ଦାବୀ ଗୁଡିକ ପୂରଣ କରିବା ନିମନ୍ତେ ଅସମର୍ଥ ।
ବିଗତ ଦିନରେ ଉଦାହରଣ ଏହାର ମନମୁଖୀ ଶୋଷଣ ଯୋଗୁଁ ଯେଉଁ ପରିସ୍ଥିତିରେ ବି କର୍ମଚାରୀ ମାନଙ୍କୁ ଛଟେଇ କରୁଛନ୍ତି । ଏଣୁ ସମସ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଉଅଛି ଯେ କୌଣସି ସୁଫଳ ନ ମିଳିଲେ ଡିମାଣ୍ଡ ପଏଣ୍ଟ ଉପରେ ଏହି ଧାରଣା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲୁ ରହିବ । ଜନ ସଧାରଣ ଏଥି ନିମନ୍ତେ ଯାହା ଅସୁବିଧାର ସମ୍ମୁଖିନ ହେବେ ସେଥି ପାଇଁ ଡିପିଶିଓଡ଼ିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ।

No Result
View All Result