୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ପ୍ରଶାସନ ଦଶପଲ୍ଲା ବିଧାୟକ ଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସ୍ଵାଗତ କରି ବ୍ଲକ୍ କୁ ପାଛୋଟି ନେଇଥିଲେ। ଗାନ୍ଧୀ ଙ୍କ ମୂର୍ତ୍ତି ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ ପରିସରରେ ଥିବା ସଦଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା,
ସ୍ବାସ୍ଥ୍ୟ , ଗମନା ଗମନ,ପାନୀୟଜଳ ଆଦି ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଥିବା ବିଭିନ୍ନ ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଙ୍କ ସହ ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିକାଶ ମୂଳକ କାର୍ଯ୍ୟ ର ଅଗ୍ରଗତି ଠିକ୍ ଭାବରେ ହେଉଛି ଜି ନାହିଁ ମାସକୁ ଦୁଇଥର ପର୍ଯ୍ୟାୟ କ୍ରମେ କରାଯିବ ବୋଲି ବିଧାୟକ କହିଥିଲେ । ବିଶେଷ କରି ଯେଉଁ ଯେଉଁ ଗ୍ରାମ ଗୁଡ଼ିକୁ ପକ୍କା ରାସ୍ତା ନାହିଁ ସେହି ଗୁଡ଼ିକ କିଭଳି ଭାବରେ ଖୁବ୍ ଶୀଘ୍ର କରାଯିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିଛି ଅଧିକାରୀ କାର୍ଯ୍ୟ ର ଅବହେଳା କରୁଥିବାରୁ ଭବିଷ୍ୟତରେ ଯେପରି ପୁନରାବୃତ୍ତି ନ ହୁଏ ତାଗିଦ କରିଥିଲେ ।
ତତ୍ ସହିତ ଜନ ସାଧାରଣ ଯେପରି ମୌଳିକ ସୁବିଧା ରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ବିଧାୟକ।ନୂତନ କରି ବ୍ଲକ୍ ରେ ଯୋଗଦେଇଥିବା କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଚୟ ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।