୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରର ନବ ନିର୍ବାଚିତ ବିଜେପି ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ କଟକ ସଦର ବ୍ଲକର ଉରାଳୀ , ଖଣ୍ଡେଏତା , ଆମଣ ପଞ୍ଚାୟତରେ ଥିବା ୫ ଗୋଟି ସରକାରୀ ହାଇସ୍କୁଲରେ ପହଞ୍ଚି ୫ଟିରେ ହୋଇଥିବା କାର୍ଯ୍ୟ ବୁଲି ଦେଖିବା ସହିତ ଶିକ୍ଷାର ଉନ୍ନତି କରଣ ,ପାନୀୟ ଜଳ, ସୌଚାଳୟ, ସାଇକେଲ ଷ୍ଟାଣ୍ଡ ଆଦି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ ।
୫ଟିରେ ଉନ୍ନତି କରଣ ନାମରେ ହରିଲୁଟ ହୋଇଥିବା ଅର୍ଥର ତଦନ୍ତ କରାଯିବ ବୋଲି ଉପସ୍ଥିତ ଗ୍ରାମବାସୀ ଅଭିଭାବକ ମାନଙ୍କୁ କହିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଯେପରି ଉନ୍ନତି ହେବ ସେଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧ୍ୟାନ ଦେବାକୁ ତାଗିଦ କରିଥିଲେ । ଉରାଳୀ ସରକାରୀ ହାଇସ୍କୁଲ , ସଇଁନ୍ଧା ହାଇସ୍କୁଲ , ଶଙ୍ଖତ୍ରାସ ସରକାରୀ ହାଇସ୍କୁଲ,
ଆମଣ ପଞ୍ଚାୟତର ଅଭିରାମ ପରମହଂସ ବିଦ୍ୟାପୀଠ ଆଦି ପରିଦର୍ଶନ କରି ବିଭିନ୍ନ ବିଷୟରେ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ବିଧାୟକଙ୍କ ଏଭଳି ଅଚାନକ ସ୍କୁଲ ପରିଦର୍ଶନ ଦେଖି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହଡ଼ବଡେଇ ଯାଇଥିଲେ । ବିଧାୟକଙ୍କ ଏଭଳି ଗସ୍ତକୁ ସାଧାରଣରେ ପ୍ରସଂଶା କରାଯାଇଛି ।