0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଇଣ୍ଡିଆନ୍ ପେନାଲ୍ କୋଡ୍ (୧୮୬୦) ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର (୧୯୭୩) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଇଣ୍ଡିଆନ୍ ଏଭି ଏଭିଡେନ୍ସ ଆକ୍ଟ ଅଧିନିୟମ (୧୮୭୨) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କରାଯାଇଛି । ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବାରୁ ଆର,ଉଦୟଗିରି ଥାନାରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୀଡ଼ିତଙ୍କ ସୁନିଶ୍ଚିତ ନ୍ୟାୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରାଧାନ୍ୟ, ତ୍ବରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନ୍ଲାଇନ୍ରେ ଏତଲା ଦାୟର୍ ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଓ ଯାଞ୍ଚର ଅଡିଓ-ଭିଡିଓ ରେକର୍ଡିଂ ଇତ୍ୟାଦି ଆଇନର ପରିସରଭୁକ୍ତ ବିଷୟରେ ଆର,ଉଦ଼ୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଅଧ୍ୟକ୍ଷତା ଥାନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମଣ୍ଡି ଡିଏସ୍ପି ଆଲୋକ ରଞ୍ଜନ ରାୟ, ଆର,ଉଦୟଗିରି ଏସଡିପିଓ ଅଶ୍ବିନୀ କୁମାର ନାୟକ, ବିଡିଓ ଲରିମନ ଖର୍ସେଲ, ଡାକ୍ତର ନିବେଦିତା ପଣ୍ଡା,ଆର,ଉଦୟଗିରି ଓକିଲ ସଂଘ ସଭାପତି ଶଭେନ୍ଦ୍ର ପାଣିଗ୍ରାହୀ ସରକାରୀ ଓକିଙ୍କ ସନ୍ତୋଷ ଶବର ନିର୍ବାଚିତ ପ୍ରତିନିଧି,ସରକାରୀ ଅଧୂକାରୀ,କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।