0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ହରିପୁର ସାରଙ୍ଗଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷକ ସୀମାଞ୍ଚଳ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ,ସମ୍ମାନିତ ଅତିଥି ଭାବେ ସି ଆର ସି ସି ବେଣୁଧର ମଲ୍ଲିକ, ବୀର କିଶୋର ବଳବନ୍ତ ସିଂ,ଶିକ୍ଷକ ସରୋଜ କୁମାର ଆଚାରୀ,

ପ୍ରଫୁଲ କୁମାର ସାହୁ, ହରିପୁର ପଞ୍ଚାୟତ ର ଶିକ୍ଷାପେମୀ ବାସୁଦେବ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶରତ କୁମାର ରାଉତ ଙ୍କୁ ମାନପତ୍ର ,ଉପ ଢୋକନ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥଲେ।ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ସୂର୍ଯ୍ୟମଣି ସେନାପତି ,ଶିକ୍ଷୟତ୍ରୀ ପ୍ରମୋଦା ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ବିଶେଷ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବାହାଡ଼ ଝୋଲା କ୍ଲଷ୍ଟର ର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।














