0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ବିଜେପି ସୋସିଆଲ ମିଡ଼ିଆର ସଭାପତି ଶଶିଭୂଷଣ ରାଉତରାୟଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଭାପୁର ବ୍ଲକର ବିଭିନ୍ନ ପ୍ରାଶାସନିକ ଅଧିକାରୀ ମାନଙ୍କୁ ଭେଟି ଶୁଭେଛା ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଭାପୁର ସଦର ମହକୁମାସ୍ଥିତ ଡାକବଙ୍ଗଳା ପରିସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳ ସ୍ତରୀୟ ବିଜେପି ସୋସିଆଲ ମିଡ଼ିଆର ସଂଘର ଶହେରୁ ଉର୍ଦ୍ଧ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ସଭାପତି ଶ୍ରୀ ଶଶୀ ଭୂଷଣ ରାଉତରାୟ ଭାପୁର ବ୍ଲକ ଅଞ୍ଚଳରେ ଦିନ ବେଳେ ହଇୱା ଗାଡି ଚଳାଚଳ ଉପରେ ରୋକ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ, ଆବାସ ଗୃହ, ମୋ ଗୁହାଳ, ଆଇନ୍ ଶୃଙ୍ଖଳା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଉପସ୍ଥିଥିବା ସମସ୍ତ ସୋସିଆଲ ମିଡିଆର ସଦସ୍ୟମାନେ ଭାପୁର ତହସିଲଦାର ଅର୍ଜ୍ଜୁନ ପ୍ରଧାନଙ୍କୁ ଭେଟି ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିବା ସହ ହାଇୱା ଗାଡି ଧକ୍କାରେ ଅକାଳରେ ନିରୀହ ଲୋକମାନେ ମୃତ୍ୟୁ ବରଣ କରୁଥିବାରୁ ଦିନବେଳେ ହଇୱା ଚଳାଚଳ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ ।

ଏହା ପରେ ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ, ଆବାସ ଗୃହ, ମୋ ଗୁହାଳ ଆଦି ବିଭିନ୍ନ ମୌଳିକ ସୁବିଧାରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇଦେବାକୁ ଦାବି କରିଥିଲେ। ଏଥି ସହ ଭାପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ଅମୃତ ସରବର ପୋଖରୀ ଓ ରାସ୍ତାଘାଟ ଆଦି କାର୍ଯ୍ୟରେ ହୋଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରିବାକୁ ଦାବି କରିଥିଲେ।

ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ସୋସିଆଲ ମିଡିଆ ସଙ୍ଘ ପକ୍ଷରୁ ଅସହାୟ ଗରିବ, ଖଟିଖିଆ ଦିନମଜୁରିଆ ଓ ସମସ୍ତ ସାଧାରଣ ଜନତାମାନଙ୍କ ପାଇଁ ଏଭଳି ସଂଗ୍ରାମ ଜାରି ରହିବ ବୋଲି ସମସ୍ତ ସଦସ୍ୟ କହିଥିଲେ !














