0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ପକ୍ଷରୁ ମଙ୍ଗଳବାର ଦିନ କଟକ ସଦର ନବ ନିର୍ବାଚିନ ବିଜେପି ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ,

ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ପ୍ରତିଷ୍ଠାତା ସମାଜସେବୀ ସ୍ୱାଧୀନ ଚେତା ମହାନ୍ତି, ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, କିଶୋର ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ନବ ନିର୍ବାଚିତ ବିଧାୟକଙ୍କୁ ବିଭିନ୍ନ ସମ୍ମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ନବ ନିର୍ବାଚିତ ବିଧାୟକ ଏଦିଗରେ ଦୃଷ୍ଟି ଦେବେ ବୋଲି ଉପସ୍ଥିତ ଅଧ୍ୟକ୍ଷା ,ଅଧ୍ୟାପିକା,କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ଅଧ୍ୟାପିକା ଇତିଶ୍ରୀ ମହାନ୍ତି, ରେଣୁପ୍ରିୟା ପଣ୍ଡା, ଅନୁସୁୟା ଆଚାର୍ଯ୍ୟ, ପ୍ରଣୟ ବଲ୍କରୀ ମହାନ୍ତି, ପ୍ରତିଭା ପଟ୍ଟନାୟକ, ଆଶାଲତା ପ୍ରଧାନ, ହେମନ୍ତ କୁମାର ଦାସ , ଦେବଷ୍ମୀତା ମହାପାତ୍ର, ନିରୁପମା ନାୟକ, ଗୌତମ ଦାସ, ହେମନ୍ତ କୁମାର ଦଳାଇ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।















