0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ପୁରୀ ସହର ର ସମୁଦ୍ର କୂଳ ଓ ବିଭିନ୍ନ ଥାନା ଅଞ୍ଚଳରେ ପୁରୀ ଆର ଟି ଓ , ପୋଲିସ ବିଭାଗ ଓ ଟ୍ରାଫିକ ପୋଲିସ ପକ୍ଷ ରୁ ଅମନିଆ ଅଟୋ ଯାନ ଚାଳକ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇ ଥିଲା l ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୫ ଗୋଟି ଅଟୋ ରିକ୍ସା କୁ ସିଜ୍ କରାଯାଇ ଅମାନିଆ ଅଟୋ ଡ୍ରାଇଭର ମାନଙ୍କୁ ଅଟକ ରଖାଯାଇଥିଲା l

ଏବଂ ସେମାନଙ୍କ ଠାରୁ ବିଭିନ୍ନ ଥାନା ରେ ବିଭିନ୍ନ କେଶ ରେ ସମୁଦାୟ ୨ ଲକ୍ଷ ୬୨ ହଜାର ଟଙ୍କା ଫାଇନ ଚାଲାଣ କରାଯାଇଥିଲା l ଆଗକୁ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରା ଥିବାରୁ ଅଟୋ ଗାଡ଼ି ମାନଙ୍କ ର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ଆର୍ ଟି ଓ ତାଗିଦ୍ କରିଥିଲେ l


















