୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଭାରତୀୟ ନୌ ସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ପରିସରରେ ଆନ୍ତ ଡିଭିଜନାଲ କ୍ରସ କଣ୍ଟ୍ରି ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ପ୍ରତିରକ୍ଷା କେନ୍ଦ୍ର କମାଣ୍ଡର କମୋଡର ଏନ ପି ପ୍ରଦୀପ ପତାକା ଦେଖାଇ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ l

ପ୍ରତିରକ୍ଷା କର୍ମଚାରୀ, ସାଧାରଣ ନାଗରିକ ଏବଂସେମାନଙ୍କ ପରିବାରର ୧୮୦୦ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ସେମାନଙ୍କ ଶାରୀରିକ ସକ୍ଷମତା କୁ ପ୍ରତିପାଦିତ କରିଥିଲେ l ଏହି ପ୍ରତିଯୋଗିତା କେବଳ ଶାରୀରିକ ସକ୍ଷମତା କୁ ଗୁରୁତ୍ୱ ଦେଇ ନଥାଏ ବରଂ ଦୃଢତା ଏବଂ ସମ୍ପ୍ରଦାୟ ଅନୁଭବ କୁ ପାଳନ କରିଥାଏ l
















