୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱl ର୍ଡ଼ ବିଜେପି କର୍ମୀଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା , ସୁଭଦ୍ରାପୁର ସ୍ଥିତ ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠ ସ୍ଥଳୀରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ ବିଜେପିର ନୂତନ ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ମହିଳା ସଂଗଠନର ନେତ୍ରୀ ପ୍ରତିଭା ଶତପଥୀ, ପୂର୍ବତନ କର୍ପୋରେଟର ପ୍ରଦୀପ ବେହେରା ,
ରାଜ୍ୟ ବିଜେପି ସଂଯୋଜକ ପ୍ରମୋଦ କୁମାର ବେହେରା, ବଦ୍ରୀ ନାରାୟଣ ପଟ୍ଟନାୟକ , ଅଶୋକ କୁମାର ସାହୁ, ପ୍ରସନ କୁମାର ପ୍ରଧାନ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୫୬ ନମ୍ବର ୱ।ର୍ଡ଼ ବିଜେପି ପକ୍ଷରୁ ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ସେଠୀଙ୍କ ସମେତ ସମସ୍ତ ଅତିଥି ଏବଂ ୱ।ର୍ଡ଼ର ନିର୍ବାଚନ ସମୟରେ ବିଜେପି ପାଇଁ କାର୍ଯ୍ୟ କରିଥିବା ଆଗଧାଡିର ବିଜେପିର ଯୁବ, ମହିଳା ଏବଂ ପୁରୁଖା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୱ।ର୍ଡ଼ର ମୁଖ୍ୟ ସମସ୍ୟା ବର୍ଷା ପାଣି ନିଷ୍କାସନର ସୁବିଧା ପାଇଁ ନାଳ ନିର୍ମାଣ କରାଯିବା ସହିତ ପୁରାତନ ଶୈବପୀଠ ସ୍ୱପ୍ନେଶ୍ୱର ମହାଦେବ ପୀଠର ଉର୍ଣ୍ଣତ୍ତୀ ଦିଗରେ ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୫୬ ନମ୍ବର ୱ।ର୍ଡ଼ ବହୁ ପୁରୁଷ ମହିଳା ବିଜେପି କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସତ୍ୟ ରଞ୍ଜନ ଦାସ , ଶୁଭ ଶଙ୍କର ଜେନା, ତ୍ରିଦିପ୍ତ ପ୍ରଧାନ, ଶକ୍ତି ରଞ୍ଜନ ଦାସ, ଜୟନ୍ତକୁମାର ବିଶୋଇ, ସୁଶାନ୍ତ ବିଶ୍ୱ।ଳ ,ମନୋଜ ବେହେରା,
ସତ୍ୟ ପ୍ରକାଶ ବିଶୋଇ, ସରୋଜ ବେହେରା, ବସନ୍ତକୁମାର ପଣ୍ଡା, ବାଉରୀ ବନ୍ଧୁ ଜେନା , ହେମନ୍ତ ପ୍ରଧାନ,ଚିତ୍ତରଞ୍ଜନ ଦାସ , ନିକୁଞ୍ଜ କିଶୋର ଜେନା, ପ୍ରଭାତ କୁମାର ସେନାପତି ,ଦିପକ କୁମାର ପ୍ରଧାନ, ରୁଦ୍ର କାନ୍ତ ବିଶୋଇ, ପ୍ରଶାନ୍ତ କୁମାର ସାମଲ ,ସୁଶାନ୍ତ ବିଶ୍ୱାଳ,ପ୍ରଶାନ୍ତ କୁମାର ନାୟକ,ମୃତ୍ୟୁଞୟ ନାୟକ, ରାଜେଶ ବେଉରା ,ସତ୍ୟ ରଞ୍ଜନ ଦାସ , ଟୁଟୁ ପ୍ରଧାନ,ପିଣ୍ଟୁ ଦଳାଇ ପ୍ରମୁଖ ସମସ୍ତ ବିଜେପି କର୍ମୀ । ଶେଷରେ ସୋମନାଥ ବିଶୋଇ ଧନ୍ୟବାଦ ଦେଇଥିଲେ ।