୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଆସନ୍ତା ଜୁଲାଇ ୨୧ ତାରିଖ ରବିବାର ଦିନ ଏସୟୁଜେ ଓଡ଼ିଶା ଝାରସୁଗୁଡ଼ା ଜିଲ୍ଲା ଶାଖାର ଆୟୋଜନ କ୍ରମେ ପଶ୍ଚିମାଞ୍ଚଳ ସମାବେଶ ଏବଂ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି ଭବନ ସମ୍ମୀଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ପ୍ରଧାନଙ୍କ ପ୍ରାରମ୍ଭିକ ସୂଚନା ପରେ ମଂଚାସୀନ ରାଜ୍ୟ ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ରାଜ୍ୟ ଉପସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ଓ ମେହେବୁବ ମହତାବ, ଜାତୀୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଗଗନ କୁମାର ଶର୍ମା, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ପ୍ରମୁଖ ବକ୍ତବ୍ୟ ରଖି ଉସ୍ଥବର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ମାନ ରଖିଥିଲେ ।















