
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ବ୍ଳକ୍ ଅନ୍ତର୍ଗତ କନ୍ତିଆ ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ମହାବିଦ୍ୟାଳୟ ର ଲାଇବ୍ରେରି ଆଟେଣ୍ଡାଣ୍ଟ ଶ୍ରୀମତୀ ପୁସ୍ପିତା ରାଣୀ ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ସତ୍ୟବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଆଟେଣ୍ଡାଣ୍ଟ ଶ୍ରୀମତୀ ଦାସଙ୍କ ମହାବିଦ୍ୟାଳୟ ପ୍ରତି କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟାନୁବର୍ତ୍ତିତା,ସହନଶୀଳତା ସମ୍ବନ୍ଧରେ ଅତିଥିଗଣ ପ୍ରଶଂସା କରିଥିଲେ ।

ଦୀର୍ଘଦିନ କାର୍ଯ୍ୟକରି ସରକାରଙ୍କ ଠାରୁ ରିକ୍ତ ହସ୍ତରେ(ଖାଲି ହାତରେ) ଚାକିରିରୁ ଅବସର ନେଲେ । ତାଙ୍କର ଅବସର ଜୀବନ ସୁଖମୟ ହେବାପାଇଁ ଅଧ୍ୟକ୍ଷ,ଅଧକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସହକର୍ମୀ ଏବଂ ଛାତ୍ରୀ ମାନେ କାମନା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ ।













