No Result
View All Result
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ମାଇଲ ଫାଉଣ୍ଡେସନ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ସ୍ଵେଚ୍ଛାକୃତ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,କୋରଡ଼ା ସରପଞ୍ଚ ନିରୁପମା ପାତ୍ର,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ସ୍ମାଇଲ ଫାଉଣ୍ଡେସନ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,କୋରଡ଼ା ଗ୍ରାମ ସମ୍ପାଦକ ଭଗବାନ ପ୍ରଧାନ ,

ସମିତି ସଭ୍ୟ ପ୍ରଫୁଲ୍ କୁମାର ନାୟକ ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ନୂଆଗାଁ ସ୍ବାସ୍ଥ୍ୟ ଉପକେନ୍ଦ୍ର ଡାକ୍ତର ଏ ଜି ଗଣେଶ , ରେଡକ୍ରସ୍ କର୍ମଚାରୀ ପ୍ରକାଶ କୁମାର ପାଣିଗ୍ରାହୀ,ଅଶୋକ କୁମାର ସାହୁ, ରଞ୍ଜିତା ସାଥୁଆ,ପଞ୍ଚୁ ଦଳେଇ ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।ସେଚ୍ଛାକୃତ୍ ରକ୍ତଦାନ ଶିବିର ରେ ୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।


No Result
View All Result