No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ରଥ ଚାଳି ରେ ତିନି ରଥର ପ୍ରଭା ଫ୍ରେମ ରେ ପଟା ପକାଜିବା କାର୍ଯ୍ୟ ସହ ରଥ ଉପର ବେଦୀ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ, ପଛ ଢ଼ମକ ରେ ୫ ଗୋଟି ଜଗତପୃଷ୍ଠ ଶେଣୀ ପଡ଼ି କଣ୍ଟା ବାଡିଆ ଶେଷ ହୋଇଥିଲା…)

ତିନି ରଥର ପ୍ରଭା ନିର୍ମାଣ ଶେଷ
ଗତକାଲି ପ୍ରଭା ଫ୍ରେମ ରେ ପଟା ପଡ଼ିବା ଶେଷ ହୋଇଥିଲା, ଆଜି ଉକ୍ତ ପ୍ରଭା ରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ପରେ ପଲିସ କାର୍ଯ୍ୟ ଶେଷ ହୋଇଛି।

ତିନିରଥ ର ୧୨ ଗୋଟି ଦୁଆରବେଢ଼ା ର ନିର୍ମାଣ ଶେଷ
ତିନି ରଥର ୧୨ ଗୋଟି ଦୁଆର ବେଢ଼ା ରୁ ଦୁଇଟି ଲେଖାଏଁ ଦୁଆର ବେଢ଼ାର ନିର୍ମାଣ ଶେଷ ହୋଇଥିଲା, ଆଜି ତିନି ରଥର ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହେବା ପରେ ସେଥିରେ ଚନ୍ଦ୍ର ଶାଳୀ ଫିଟିଙ୍ଗ ଶେଷ ହୋଇଛି।

ତିନି ରଥର ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ
ଗତକାଲି ତିନି ରଥର ବେଦୀ ନିର୍ମାଣ ନିମନ୍ତେ ଜଗତପୃଷ୍ଠ ଶେଣି ପଡ଼ି ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ବାହୁଟ ଫାଳିଆ ବାଡିଆ ଯାଇଥିଲା, ଆଜି ବେଦୀ ଉପରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି, ବେଦୀ ଉପରେ ସିଂହାସନ ଖଞ୍ଜା ବାକି ରହିଛି।

ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ
ରୂପକାର ସେବକ ମାନେ ତିନି ରଥର ମୋଟ ୨୪ ଟି ନାଟ ଗୋଡ଼ ରୁ ୧୮ ଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଥିଲେ, ବାକି ୬ ଗୋଟି ନାଟ ଗୋଡ଼ର ରାହୁ ରୂପ ଖୋଦେଇ କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରି , ତିନି ରଥ ପଟା ଗୁଜ ଗୁଡିକରେ ନର ବିରାଳ, ସିଂହ ବିରାଳ ଏବଂ ଗଜ ବିରାଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି।

ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ଆରମ୍ଭ
ଚିତ୍ରକାର ସେବକ ମାନେ ଆଜି ତିନି ରଥର ନାଟଗୋଡ ଗୁଡିକରେ ପ୍ରାଇମାର୍ ଦେବାପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରି ଛନ୍ତି ,ଏଥିସହ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ଗୁଡିକର ରଙ୍ଗ କାର୍ଯ୍ୟ ସହ ତିନି ରଥ ର ଚକ, ଗୁଜ ଗୁଡିକରେ ରଙ୍ଗ ଚିତ୍ର କାର୍ଯ୍ୟ ଜାରୀ ରଖିଛନ୍ତି।

ତିନି ରଥ ବତା କନା ରେ ବିଳାସ ପଟି ଲାଗି ଶେଷ
ଦରଜୀ ସେବକ ମାନେ ତିନି ରଥର ୨୪ ଟି ବତା କନାରେ ୭୨ ଟି ବିଳାସ ପଟି ଲାଗି ଶେଷ କରି ତିନି ରଥର ୧୨ ଗୋଟି ଦୁଆର ବେଢ଼ା ପାଇଁ କନା କଟିଙ୍ଗ ପରେ ସେଥିରେ ଲେଶ୍, ଚିକଣ ସିଲଭର ଜରି ରେ ଫୁଲ ଡାଳି ପକାଇ ଦୁଆର ବେଢ଼ା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି।

ଧୂଳି ଦଣ୍ଡା କଣ୍ଟା ସହ ନରାଜ କଣ୍ଟା ନିର୍ମାଣ ଶେଷ
ଆଜି ତିନି ଏଥର ଧୂଳି ଦଣ୍ଡା ଏବଂ ରଥରେ ଶୁଆ ସେଟିଙ୍ଗ ପାଇଁ ନରାଜ ନିର୍ମାଣ ଶେଷ କରି, ତିନି ରଥର ସାରଥି ବାଗିଆ କଣ୍ଟା (ଅଣ୍ଟା ଜଏଣ୍ଟ ସ୍ଥାନ ପାଇଁ ) ଏବଂ ସାରଥି ଚାନ୍ଦି କଣ୍ଟା ( ହାତ ର ଜଏଣ୍ଟ ସ୍ଥାନ ପାଇଁ) ନିର୍ମାଣ ସହ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୨୯.୬.୨୦୨୪,ଶନିବାର ରଥଖଳା :
ରଥ ନିର୍ମାଣ କାର୍ଯ୍ୟ ୫୦ ତମ ଦିବସ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୩୫ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୩୭ ଜଣ

Dt.29.06.2024
HUNDI COLLECTION
CASH:Rs. 90,026/-
Goldsmith absent
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result