No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଅର୍କଶ୍ରୀ ଆବାହକତ୍ବରେ ଗୋପ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର, ବନାଖଣ୍ଡି, ସିମିଳି, ସୁତନ ପଞ୍ଚାୟତ ଏବଂ କୋଣାର୍କ ଏନ୍ଏସିର ୧୩ ଟି ଓ୍ବାର୍ଡରେ ପରିବେଶ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ପୂର୍ବ ପ୍ରସ୍ତୁତ ଆରମ୍ଭ ହୋଇଛି । ଏଥିପାଇଁ ଅର୍କଶ୍ରୀର ଶିଳ୍ପୀ ବାଟିକା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅର୍କଶ୍ରୀର ସମ୍ପାଦକ ତଥା ପରିବେଶବିତ୍ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଅଚ୍ୟୁତପୁର, ବନାଖଣ୍ଡି, ସିମିଳି, ସୁତନ ଏବଂ କୋଣାର୍କ ଏନ୍ଏସିର ୧୩ ଟି ଓ୍ବାର୍ଡରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ନେତ୍ରୀମାନେ ଯୋଗ ଦେଇଥିଲେ ।

ଜୀବଜଗତ କୁ ଗ୍ଲୋବାଲ ଓ୍ବାର୍ମିଙ୍ଗରୁ ରକ୍ଷା କରିବା ପାଇଁ ଶବୁଜ ବଳୟର ଆବଶ୍ୟକତା ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷ ରୋପଣ ପାଇଁ ନିଷ୍ପତି ନେଇଥିଲେ । ଚଳିତ ବର୍ଷା ଋତୁରେ ବନବିଭାଗ ସହାୟତାରେ ଗୋପ ବ୍ଲକର ଚାରି ପଞ୍ଚାୟତ ଓ କୋଣାର୍କ ଏନ୍ଏସିରେ ପ୍ରାୟ ୨୫ ହଜାର ବିଭିନ୍ନ କିଶମର ଦୀର୍ଘ ମିଆଦି ଛାୟାପ୍ରଦାୟୀ ଚାରା ରୋପଣ କରାଯିବ ବୋଲି ଅର୍କଶ୍ରୀ ସମ୍ପାଦକ ତଥା ପରିବେଶବିତ୍ ଉମେଶ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମହା ମଞ୍ଚ, କୋଣାର୍କ ଜୋନର ସଂକୀର୍ତ୍ତନ ମଣ୍ଡଳୀ, ଆଞ୍ଚଳିକ କଳାକାର ସଂଘର କର୍ମକର୍ତ୍ତା ଏବଂ ସରକାରୀ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ସାମିଲି ହେବେ ବୋଲି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ବର୍ଷାଋତୁ ଶେଷ ହେବା ପର୍ଯ୍ୟନ୍ତ ଜାରିରହିବ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ମହିଳା ମଣ୍ଡଳର ନେତ୍ରୀ ମିନାକ୍ଷୀ ପୃଷ୍ଠାଟି, ଗୋପ ବ୍ଲକ ମହିଳା ମଣ୍ଡଳର ନେତ୍ରୀ ରେଣୁବାଳା ନାୟକ, ଅଚ୍ୟୁତପୁର ପଞ୍ଚାୟତର ହିରା ହାଣ୍ଡି, ସିମିଳି ପଞ୍ଚାୟତର ଲିଲି ମଲ୍ଲିକ, କୋଣାର୍କ ଏନ୍ଏସିର ବିଷ୍ଣୁପ୍ରିୟା ପଆଇଟାଳ, ଚିନ୍ମୟୀ ଜେନା, ଝୁନା ମଲ୍ଲ, ରାନୁ ରାଓ ଏବଂ ବନାଖଣ୍ଡି ପଞ୍ଚାୟତର ବୃକ୍ଷ ମଣିଷ ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗ ଦେଇ ଥିବାବେଳେ ।

No Result
View All Result