No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ ଗତ କୋଡିଏ ତାରିଖ ପାଚେର ଗାଁ ରେ ହୋଇଥିବା ମନରେଗା କାର୍ଯ୍ୟ କୁ ନେଇ ଅନିମିୟତତା ହୋଇଥିବା ଅଭିଯୋଗ ହୋଇଥିଲା I ଏବଂ ଅଭିଯୋଗ ମୁତାବକ ଗାଁ ସାଥି କାଳେ ମନରେଗା ରେ ଅନିୟମିତତା କରିଥିବା I କାମ ନ କରି ଲୋକ ଙ୍କ ଆକାଉଣ୍ଟ ରେ ପଇସା ପଡୁଥିବା ଅଭିଯୋଗ କରିଥିଲେ ଏବଂ ଗାଁ ସାଥି ନଳିନୀ ନାଏକ ଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ ଓ ପ୍ରଶାସନ ମଧ୍ୟ ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲେ I କିନ୍ତୁ ଶୁକ୍ରବାର ଦିନ ଅଭିଯୋଗ ହୋଇଥିବା ବ୍ୟକ୍ତି ଓ ଶ୍ରମିକ ମାନେ ଖପ୍ରାଖୋଲ ଆସି ପୁନଃ ଅଭିଯୋଗ କରିଥିଲେ Iଅଭିଯୋଗ ମୁତାବକ ଶ୍ରମିକ ମାନେ ଠିକ ସମୟରେ ମନରେଗା ପ୍ରାପ୍ୟ ପାଉଥିବା ଓ ମନରେଗା ରେ କୌଣସି ଅନିୟମିତତା ହୋଇନଥିବା ଓ ବ୍ୟକ୍ତିଗତ ଆକ୍ରୋଶ କୁ ନେଇ ଗାଁ ଖଲ ପ୍ରକୃତି ଲୋକ ଓ ପୂର୍ବ ଗାଁ ସାଥି ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହ ମିଥ୍ୟା ଆରୋପ ଲଗାଇ ଥିବା ଲୋକ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା କୁ ଲିଖିତ ଭାବରେ ଅଭିଯୋଗ ପତ୍ର ଖପ୍ରାଖୋଲ ଏ ପି ଓ ପ୍ରଶାନ୍ତ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେI ଅଭିଯୋଗ କାରି ମାନେ ହେଲେ ଉଦ୍ଧବ ଭୁଏ, ଅଲେଖ ନିଆଲ, ନୀଳକାନ୍ତ ମହାନନ୍ଦ, ଲାଲଚନ ରଣା, ସୁରେନ୍ଦ୍ର ମହାଳିଙ୍ଗ, ସଂଜୀବ ରଣା, ସୁବୋଧ ରଣା, ଚନ୍ଦ୍ରମଣୀ ରଣା, ଶିବ କଟାରି, ଓ ଅନ୍ୟ ମାନେ I ଏବିଷୟ ରେ ଏ ପି ଓ ପ୍ରଶାନ୍ତ ସାହୁ ଙ୍କୁ ପଚାରି ବାରୁ ତଦନ୍ତ କରି ସରିଲା ପରେ ପ୍ରକୃତ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି .
No Result
View All Result