No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଭୁବନେଶ୍ୱର ଠାରେ ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର ନେଇ ଖପ୍ରାଖୋଲ ଓ ୟୁ ଜେ ସଙ୍ଘ ଶାଖା ତରଫରୁ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ ହୋଇଅଛି । ସୂଚନା ଅନୁଯାୟୀ ଚଳିତମାସ ୨୫ ତାରିଖ ଦିନ ଭୁବନେଶ୍ୱର ଠାରେ ଅର୍ଗସ ପ୍ରତିନିଧି ଚିନ୍ମୟୀ ସାହୁ ଏବଂ ଫୋଟୋ ସାମ୍ବାଦିକ ଉମେଶ ମହାରଣାଙ୍କୁ ବିଜେଡି ଦଳର ବରିଷ୍ଠ ତଥା ପୂର୍ବତନ ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ବାସଭବନ କୁ ଯାଇଥିଲେ ସେଠାରେ ସାମ୍ବାଦିକା ଙ୍କୁ ଅଶାଳୀନ ମନ୍ତବ୍ୟ ଏବଂ ଅମାନୁଷିକ ଭାବେ ଆକ୍ରମଣ କରାଯାଇଥିଲା ।
ଏହାର ପ୍ରତିବାଦରେ ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଓ ୟୁ ଜେ ସଙ୍ଘ ଶାଖା ତରଫରୁ ଏକ ଲିଖିତ ଅଭିଯୋଗ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ଦିଆଯାଇଛି। ଅଭିଯୋଗ କ୍ରମେ ସାତ ଦିନ ମଧ୍ୟରେ ଆଇନ ଅନୁଯାୟୀ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସମସ୍ତ ସାମ୍ବାଦିକ ସଙ୍ଘ ତଥା ସାମାଜିକ ସଙ୍ଘ ମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସଙ୍ଘ ଚେତାବନୀ ଦେଇଛି । ଏଥିରେ ଜିଲ୍ଲା ଓ ୟୁ ଜେ ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ, ସଦାଶିବ ସରାଫ, ତାପସ ବେହେରା, ବିମଲ ରଞ୍ଜନ ସାହୁ, ଉମାକାନ୍ତ ପଧାନ, ଜ୍ୟୋତି ରଞ୍ଜନ ପଣ୍ଡା, ନରେନ୍ଦ୍ର ଭୋଇ, ବିହାରୀ ପଧାନ, ଅଶୋକ କୁମାର ବାଗ, ଭୋଜରାଜ ବରିହା, ମନୋଜ ମିଶ୍ର, ସରୋଜ ମିଶ୍ର, ହେମସାଗର ସାହୁ, ରୁପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result