୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ପ୍ରେସ କ୍ଲବ ପକ୍ଷରୁ ବୁଧବାର ଅପରାହ୍ନରେ ଭାପୁର ସଦରମହକୁମାରେ ଅବସ୍ଥିତ ଡାକବଙ୍ଗଳା ପରିସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,

ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ଓ ବିଜୟ କୁମାର ସାମନ୍ତରାୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଭାପୁର ପ୍ରେସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ଶିଶିର ସାହୁ,

ଉପଦେଷ୍ଟା ବିରଞ୍ଚି କୁମାର ନାୟକ, ଉପ ସଭାପତି ଜୟକୃଷ୍ଣ ବାରିକ, ସହ ସଂପାଦକ ସୁଶାନ୍ତ କୁମାର ପଟ୍ଟନାୟକ, ସଦସ୍ୟ ଶ୍ରୀକାନ୍ତ କୁମାର ରାଉତ, ପ୍ରତାପ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ମହାରଣା,

କୁଳମଣି ଦାସ, ବିଭୂତି ମହାପାତ୍ର, ଯଦୁନାଥ ସାମନ୍ତରାୟ, ଓ କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।















