No Result
View All Result
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ଛକ ନୂଆ କାଚରାମାଳ ନାଳ ସଫେଇ କାର୍ଯ୍ୟ ଏନ ଏଚ ଆଇ ପକ୍ଷରୁ ଆରମ୍ଭ ହୋଇଛି । ବର୍ଷା ଦିନେ ଜାତୀୟ ରାଜପଥର ବର୍ଷା ପାଣି ବାଲି ମାଟି ଧୋଇହୋଇ ଆସି ଏହି ନାଳରେ ପଶୁଥିଲା । ନାଳଟି ଦୀର୍ଘ ଦିନ ଧରି ଭଲ ଭାବେ ସଫେଇ ହୋଇପାରୁ ନଥିବାରୁ ଯାହା ଫଳରେ ଲଗାଣ ବର୍ଷା ଜଳ ରାସ୍ତାରେ ଜମି ରହିବା ସହିତ ଲୋକଙ୍କ ଘର ଏବଂ ଦୋକାନ ଘରେ ମଇଳା ପାଣି ପଶୁଥିଲା ।

ଏନେଇ ସ୍ଥାନୀୟ କର୍ପୋରେଟର ସିଏମସି କାଉନସିଲ ବୈଠକରେ ଏହି ଅସୁବିଧା କିପରି ହୋଇ ପାରିବ ସେନେଇ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ନାଳଟି ଏନ ଏଚ ଆଇ ପକ୍ଷରୁ ୨୬ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ସିଏମସି କେବଳ ଲୋକଙ୍କ ସମସ୍ୟାକୁ ଦେଖି ମଝିରେ ମଝିରେ କୁଲି ଲଗାଇ ନାଳରୁ ପଙ୍କ ସଫା କରୁଥିଲା । ସଂପୂର୍ଣ୍ଣ ଭାବେ ସଫା କରିବା ପାଇଁ ସୁବିଧା ନଥିବାରୁ ଅଧା ପନ୍ତରିଆ କାର୍ଯ୍ୟ ହେବା ଫଳରେ ସମସ୍ୟାର ସମାଧାନ ହୋଇ ପାରୁ ନଥିଲା ।

ଏନେଇ ସିଏମସି ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତି ଏନ ଏଚ ଆଇ ର ବରିଷ୍ଠ ଅଧିକାରୀଙ୍କୁ ଦେଖା କରିବା ସହିତ ବର୍ଷା ଦିନ ପୂର୍ବରୁ ଏହି ନାଳରୁ ଜମି ରହିଥିବା ପଙ୍କ ବାହାର କରିବା ପାଇଁ ଏକ ଚିଠି ଦେଇଥିଲେ । ଯାହାଫଳରେ ଏନ ଏଚ ଆଇ ର ଅଧିକାରୀ ମାନେ ସପ୍ତାହ ତଳେ ଉକ୍ତ ନାଳର ଉପୁଜୁଥିବା ଅବସ୍ଥାକୁ ବୁଲି ଦେଖିବା ସହିତ ନାଳକୁ ଅବରୋଧ କରା ଯାଇଥିବା ସ୍ଥାନକୁ ଜେସିବି ମେସିନରେ ଭଙ୍ଗା ଯାଇ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

No Result
View All Result