No Result
View All Result
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧୀନରେ ଥିବା କନ୍ଧଖାଲମଡା ମହାବୀର କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚ୍ ରେ କୁସୁମଗାଡିଆ ସହିତ ଶିମିଳିସାହି ମା ବାଗଦେବୀ କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଶିମିଳିସାହି ଟଚ୍ ଉଇନ୍ କରି ବୋଲିଂ ର ନିଷ୍ପତି ନେଇଥିଲା । କୁସୁମଗାଡ଼ିଆ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୨ଓଭର ରେ ୪ୱିକେଟ ହରାଇ ୧୪୫ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ଶିମିଳିସାହି କ୍ରିକେଟ ଦଳ ୯ ଓଭରରେ ୧୦ ୱିକେଟ ହରାଇ ୬୬ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଫାଇନାଲ ମ୍ୟାଚରେ ଶିମି଼ଳିସାହି ମା ବଗଦେବୀ କ୍ରିକେଟ ଦଳକୁ ହରାଇ କୁସୁମଗାଡ଼ିଆ କ୍ରିକେଟ ଦଳ ୭୯ ରନ୍ ରେ ବିଜୟୀ ହୋଇଛି ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଯୋଗଦେଇ କୁସୁମଗାଡ଼ିଆ କ୍ରିକେଟ ଦଳକୁ ମ୍ୟାନ୍ ଅଫ ଦି ସିରିଜ୍ ସହ ଅଗ୍ରୀମ ୨୦୦୦ ଟଙ୍କା ପ୍ରଦାନ କରିଥିଲେ। ସେହିପରି ଶିମିଳିସାହି ମା ବାଗଦେବୀ କ୍ରିକେଟ ଦଳକୁ ରନର୍ସ ଅଫ ଟ୍ରଫି ସହ ଅଗ୍ରୀମ ୧୨୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ କୁସୁମଗାଡ଼ିଆ କ୍ରିକେଟ ଦଳର ସୁଦାମ ଜାନୀ ସର୍ବାଧିକ ୧୦୪ ରନ୍ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ କରିବା ସହ ଟ୍ରଫି ପ୍ରଦାନ କରିବା ସହ ଆଗାମୀ ଦିନରେ ଖେଳକୁ ଜାରି ରଖିବା ପାଇଁ ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାକେଡା ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ,
ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ସ୍ଥାନୀୟ ୱାର୍ଡ ମେମ୍ବର ଭାବଗ୍ରାହୀ ଜାନୀ, ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ, ସତ୍ୟବାଦୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଉକ୍ତ ଖେଳକୁ ପରିଚାଳନା କରିଥିଲେ ଦାଶରଥି ସାନବଡ ଓ ପ୍ରଭାତ ମଳିକ। ଆଜିର ଖେଳକୁ ଶାନ୍ତି ଶୃଙ୍ଖଳାରେ ସହଯୋଗ କରିଥିଲେ କନ୍ଧଖାଲମଡା ମହାବୀର କ୍ରିକେଟ ଆସୋସିଏସନ୍ ର ସମସ୍ତ ସଦସ୍ୟ । ଚଳିତ ବର୍ଷ କନ୍ଧଖାଲମଡା ମହାବୀର କ୍ରିକେଟ ଆସୋସିଏସନ୍ ର ଯୁବକ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଥମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକ ଆସି ଖେଳ ଦେଖି ଭରପୁର ମଜା ଉଠାଉଥିଲେ।

No Result
View All Result