No Result
View All Result
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ମହାବୀରକ୍ଷେତ୍ର କୁଞ୍ଜବନ ଗଡ଼ ଦଶପଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ସାତପାଟଣାରେ ବିରାଜିତ ପ୍ରଭୁ ପତିତ ପାବନ ଜୀଉ ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଏ ବର୍ଷ ନୂତନ ଭାବରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରୀତିନୀତି ଓ ପରମ୍ପରା କୁ ବଜାୟ ରଖି ୩ ରଥ ନିର୍ମାଣ ଚାଲିଛି ।ବିଗତ ମାଘ ଶୁକ୍ଲପକ୍ଷ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନଠାରୁ ସ୍ଵତ୍ରୀୟ କର୍ମକାଣ୍ଡି ବ୍ରାହ୍ମଣ ମାନଙ୍କ ପୂଜାର୍ଚ୍ଚନା ପରେ ଭୋଇ ସେବକ ମାନଙ୍କ ଦ୍ଵାରା ରଥପାଇଁ ଦାରୁ ଛେଦନ କରାଯାଇଥିଲା । ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଦାରୁ ଙ୍କୁ ପୁନଃ ପୂଜାର୍ଚ୍ଚନା ପରେ ମହାରଣା ସେବକ ମାନଙ୍କ ଦ୍ବାରା ରଥ କାର୍ଯ୍ୟ ଆୟମାରମ୍ଭ ହୋଇଥିଲା ।
ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ସିଂହାସନ ପାରାଭାଡି ପର୍ଯ୍ୟନ୍ତ ସମାପିତ ହୋଇସାରିଥିବା ବେଳେ ଆସନ୍ତା ଆଷାଢ଼ ଅମାବାସ୍ୟା ବା ଉଭା ଅମାବାସ୍ୟା ସୁଦ୍ଧା ରୂପକାର ସେବକ ମାନଙ୍କ ଦ୍ଵାରା ରଙ୍ଗକାମ , ସାରଥି,ଅଶ୍ଵ,ପାର୍ଶ୍ଵ ଦେବାଦେବୀ ଓ କନା , ଜରୀ,ଜମ୍ବୁରା କାମ ସମାପନ ହେବ ବୋଲି ଆଶା କରାଯାଉଛି ।ପରିଚାଳନା କମିଟି ସଦସ୍ୟ ଙ୍କ କହିବା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପଦଳନ ରଥ କୁ କେବଳ ମହିଳା ମାନେ ଟାଣିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
୪ ବେଦ ଆଧାରରେ ୩ ଗୋଟି ରଥର ୪ ଟି ଲେଖାଏଁ ଚକ ରହିଅଛି ।୩ ରଥର ବାଡ଼ଗ୍ରାହି ସେବକ ମାନେ ଏହି ରଥକୁ ପରିଚାଳନା କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ବର୍ଷ ନେତ୍ରତ୍ସବ , ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ରୀତିନୀତିରେ କିଛିଟା ବିଳମ୍ବ ହେବବୋଲି ପୂର୍ବାନୁମାନ କରାଯାଉଛି ।ଏହି ଦିବସରେ ମଧ୍ୟ ନୂତନ ଗୁଣ୍ଡିଚା ମଣ୍ଡପ ପ୍ରତିଷ୍ଠା କରାଯିବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଦଶପଲ୍ଲା ସାତପାଟଣାରେ ଅନୁଷ୍ଠିତ ହେବାକୁ ଥିବା ଏହି ନବଦିନାତ୍ମକ ଯାତ୍ରାରେ ମାଉସୀ ମାଆ ମନ୍ଦିରରେ ନବଦିନ ବ୍ୟାପୀ ଅର୍ଣ୍ଣବ୍ୟଞ୍ଜନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ପ୍ରବଚନ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବବୋଲି କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି । ବାହୁଡା଼ ଦିବସରେ ପୋଡ଼ାପିଠାର ଏନ୍ତୁଡ଼ିଶାଳ ଜରିପାଟଣା ସ୍ଥିତ ବିଦ୍ୟାଧର ସାହୁଙ୍କ ବାସ ଭବନ ଠାରେ ନବରତ୍ନ ଛେନାପୋଡ଼ପିଠା ଲାଗି ହେବବୋଲି କର୍ମକର୍ତ୍ତା ମାନେ କହିଛନ୍ତି ।
No Result
View All Result