No Result
View All Result
୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର୍ ପଞ୍ଚାୟତ ଚାଉଳବାଞ୍ଜି ଗାଁ ରେ ବଜ୍ରପାତ ଯୋଗୁଁ ବୁଧ ଅପରାହ୍ନ ରେ ମା ପୁଅ ଙ୍କ ମୃତ୍ୟୁ ହୋଇଥିବା ବେଳେ କାକା ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ମାନେ ହେଲେ ଚାଉଲବାଞ୍ଜି ଗାଁ ର ସୂର୍ଯ୍ୟକାନ୍ତି ଖର୍ସେଲ (୪୦), ଦୀପକ ଖର୍ସେଲ (୧୮) ଓ ଗୁରୁତର ହେଲେ ପୁରନ୍ଦର ଖର୍ସେଲ (୩୮) ବୋଲି ଜଣାଯାଇଛି ।
ଅନୁସାରେ ମୃତ ସୂର୍ୟକାନ୍ତି ଙ୍କ ପରିବାର ତରଫରୁ ଗାଁ ପୋଖରୀ ପାଖ ନିଜ ଚାଷ ଜମି ଗାଁ କପା ଲଗାଉଥିଲେ। ଅପରାହ୍ନ ୪ ଟା ରେ ଘଡଘଡି ସହ ବର୍ଷା ହୋଇଥିଲା । ଯାହା ଫଳରେ ଚାଷ ଜମି ଗଛ ମୂଳରେ ଅଟକି ଥିବା ବେଳେ ବଜ୍ରପାତ ଯୋଗୁଁ ମା ସୂର୍ଯ୍ୟକାନ୍ତୀ ଓ ପୁଅ ଦୀପକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ପୁରନ୍ଦର ଗୁରୁତର ହୋଇଥିଲେ । ଏନେଇ ପରିବାର ର ଅନ୍ୟ ଲୋକେ ଗ୍ରାମ ବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଲା ପରେ ଗୁରୁତର କୁ ଖପ୍ରାଖୋଲ ଡାକ୍ତର ଖାନା ନେଇଥିବା ଜଣା ଯାଇଛି ।
ଏନେଇ ପାଟଣାଗଡ ଉପ ଜିଲ୍ଲାପାଳ ଅମିତ କୁମାର ନାଏକ ଙ୍କୁ ଜଣାଇ ବାରୁ ଘଟଣା ସମ୍ପର୍କରେ ଜାଣି ଖପ୍ରାଖୋଲ ତହସିଲଦାର କୁ ପ୍ରାଥମିକ ରିପୋର୍ଟ ଦେବାକୁ କହିଛି ବୋଲି କହିଛନ୍ତି । ମାଁ ପୁଅ ର ଅକାଳ ମୃତ୍ୟୁ କୁ ନେଇ ଗାଁ କାନ୍ଦ ବୋବାଳି ରେ ଫାଟିପଡୁଛି । ଗରିବ ଲୋକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।
No Result
View All Result