No Result
View All Result

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ତିନି ରଥ ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ ଚାରି ଗୋଟି ପୋଟଳ ଖମ୍ବି ଏବଂ ଦୁଇଗୋଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା….)

ଆଜି ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଲା
ଆଜି ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ବଡଧରା ପୋଟଳ ତିନି ରଥର ତୃତୀୟ ଭୂଇଁ ଉପରେ ସେଟିଙ୍ଗ କରାଯାଇଛି ।

(ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶ୍ରୀସ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ)
*ଏଥିସହ ଆଜି ତିନି ର ପଛ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ି କଣ୍ଟା ବାଡିଆ ଶେଷ ହୋଇଛି ।
*ଏଥିସହ ଆଜି ଚାରି ନାହାକା ଉଭୟ ପଟରେ ମୂଳ କଇଞ୍ଚି ବାଡିଆ ଶେଷ ହୋଇଛି ।
*ଏଥିସହ ଆଜି ତିନି ରଥର ଚରି ପାର୍ଶ୍ୱରେ ତାଗ ବାଡ଼ିଆ ବା ବଟନ ଆଡ଼ିଆ ଆରମ୍ଭ ହୋଇଛି ତାଗ ବାଡିଆ ପରେ ରଥର ଚହରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଅସମ୍ଭ ହେବ ।
*ତିନି ରଥର କନକମୁଣ୍ଡି, ନିର୍ମାଣ ସହ ତାର ଚିର ପାର୍ଶ୍ୱରେ କାପ ବିନ୍ଧ ଶେଷ ହେବା ସହ, ତିନି ରଥର କଳସ ପିଣ୍ଡି ନିର୍ମାଣ ଜାରୀ ରହିଛି ।

*ତିନି ରଥର ବଡଧରା ପୋଟଳ ରଥରେ ସେଟିଂ ପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।
*ତିନି ରଥର ଚାରିଗୋଟି ଲେଖାଏଁ ଧ୍ଵଜ ବତା ନିର୍ମାଣ ଶେଷ ।
*ଏଥିସହ ତିନ ରଥ ଦ୍ଵାର ଗୁଡିକରେ ନାତଗୋଡ ସେଟିଂ ପାଇଁ ଆଠଟି ଲେଖାଏଁ ଗାରେଡ଼ି ନିର୍ମାଣ ଶେଷ ହୋଇଛି ।
*ରୂପକାର ସେବକ ମାନେ ତିନିରଥ ର ଚରପରିଛା ରେ ଚିତ୍ର ଖୋଦେଇ ଶେଷ କରିବା ସହ ନାଟ ଗୋଡ଼ ଗୁଡିକରେ ରୁପଖୋଦେଇ ଜାରୀ ରଖିଛନ୍ତି ।

*ତିନି ରଥର ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶରେ ଧଳା ପାଇମର ଦେବା ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଏବଂ ଠେ କେରା ବାଡ଼ରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ତା୨୫.୬.୨୦୨୪,ମଙ୍ଗଳବାର ରଥଖଳା ->
ରଥ ନିର୍ମାଣ କାର୍ଯ୍ୟ ୪୬ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୭ *ତିନି ରଥ ଭୋଇ ସେବକ – ୭୭ *ତିନିରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୩୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୩୧ ଜଣ
Dt.25.06.2024
HUNDI COLLECTION
CASH:₹74,428/-
Gold Ornaments:- NIL
Silver Ornaments :- 08 gm 220 mg
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result