No Result
View All Result
![](https://odishatazanews.com/wp-content/uploads/2024/06/odisha-tazanews-i-1-log-300x54.jpg)
୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
![](https://odishatazanews.com/wp-content/uploads/2024/06/puri-003-1-300x200.jpg)
ରଥ ନିର୍ମାଣ ଅଗ୍ରଗତି
(ଗତକାଲି ତିନି ରଥ ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ ଚାରି ଗୋଟି ପୋଟଳ ଖମ୍ବି ଏବଂ ଦୁଇଗୋଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା….)
![](https://odishatazanews.com/wp-content/uploads/2024/06/puri-005-1-300x200.jpg)
ଆଜି ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଲା
ଆଜି ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ବଡଧରା ପୋଟଳ ତିନି ରଥର ତୃତୀୟ ଭୂଇଁ ଉପରେ ସେଟିଙ୍ଗ କରାଯାଇଛି ।
![](https://odishatazanews.com/wp-content/uploads/2024/06/puri-006-300x200.jpg)
(ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶ୍ରୀସ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ)
*ଏଥିସହ ଆଜି ତିନି ର ପଛ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ି କଣ୍ଟା ବାଡିଆ ଶେଷ ହୋଇଛି ।
*ଏଥିସହ ଆଜି ଚାରି ନାହାକା ଉଭୟ ପଟରେ ମୂଳ କଇଞ୍ଚି ବାଡିଆ ଶେଷ ହୋଇଛି ।
*ଏଥିସହ ଆଜି ତିନି ରଥର ଚରି ପାର୍ଶ୍ୱରେ ତାଗ ବାଡ଼ିଆ ବା ବଟନ ଆଡ଼ିଆ ଆରମ୍ଭ ହୋଇଛି ତାଗ ବାଡିଆ ପରେ ରଥର ଚହରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଅସମ୍ଭ ହେବ ।
*ତିନି ରଥର କନକମୁଣ୍ଡି, ନିର୍ମାଣ ସହ ତାର ଚିର ପାର୍ଶ୍ୱରେ କାପ ବିନ୍ଧ ଶେଷ ହେବା ସହ, ତିନି ରଥର କଳସ ପିଣ୍ଡି ନିର୍ମାଣ ଜାରୀ ରହିଛି ।
![](https://odishatazanews.com/wp-content/uploads/2024/06/puri-002-300x200.jpg)
*ତିନି ରଥର ବଡଧରା ପୋଟଳ ରଥରେ ସେଟିଂ ପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।
*ତିନି ରଥର ଚାରିଗୋଟି ଲେଖାଏଁ ଧ୍ଵଜ ବତା ନିର୍ମାଣ ଶେଷ ।
*ଏଥିସହ ତିନ ରଥ ଦ୍ଵାର ଗୁଡିକରେ ନାତଗୋଡ ସେଟିଂ ପାଇଁ ଆଠଟି ଲେଖାଏଁ ଗାରେଡ଼ି ନିର୍ମାଣ ଶେଷ ହୋଇଛି ।
*ରୂପକାର ସେବକ ମାନେ ତିନିରଥ ର ଚରପରିଛା ରେ ଚିତ୍ର ଖୋଦେଇ ଶେଷ କରିବା ସହ ନାଟ ଗୋଡ଼ ଗୁଡିକରେ ରୁପଖୋଦେଇ ଜାରୀ ରଖିଛନ୍ତି ।
![](https://odishatazanews.com/wp-content/uploads/2024/06/puri-008-300x200.jpg)
*ତିନି ରଥର ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶରେ ଧଳା ପାଇମର ଦେବା ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଏବଂ ଠେ କେରା ବାଡ଼ରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।
*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।
![](https://odishatazanews.com/wp-content/uploads/2024/06/puri-001-1-300x200.jpg)
ତା୨୫.୬.୨୦୨୪,ମଙ୍ଗଳବାର ରଥଖଳା ->
ରଥ ନିର୍ମାଣ କାର୍ଯ୍ୟ ୪୬ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୭ *ତିନି ରଥ ଭୋଇ ସେବକ – ୭୭ *ତିନିରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତିନି ରଥ ଚିତ୍ରକାର ସେବକ – ୩୦ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୩୧ ଜଣ
Dt.25.06.2024
HUNDI COLLECTION
CASH:₹74,428/-
Gold Ornaments:- NIL
Silver Ornaments :- 08 gm 220 mg
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)
![](https://odishatazanews.com/wp-content/uploads/2024/05/Odisha-Tazanews-puribijay-ku-mishra-1-194x300-194x300.jpg)
No Result
View All Result