• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତିନି ରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ

Proprietor Abhimanyu Maharana by Proprietor Abhimanyu Maharana
June 24, 2024
in ଓଡ଼ିଶା, ପୁରୀ, ମୟୁରଭଞ୍ଜ, ହୋମ୍
0
ତିନି ରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ
Share on FacebookShare on TwitterWhatsapp

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ତିନିରଥ ରେ ଚାରି ନାହାକା ଚାରି ପଟେ ଚଉଦ ନାହାକା ବୁଲିବା ସହ ତିନି ରଥ ପ୍ରଥମ ଭୂଇଁ ଛ’କାଠିରେ ପାଖୁଡ଼ା ଲାଗି ହୋଇ, ଦ୍ୱିତୀୟ ଭୂଇଁ ଟୁଙ୍ଗୁରା ବା ସଂଯୋଗ ଶେଷ ହୋଇଥିଲା)

ଆଜି ତିନି ରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ଶେଷ

ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥ ର ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ ଶେଷ ହୋଇଛି, ଏଥିସହ ତିନିରଥ ର ଆଗ ଆଣି ଢ଼ମକ ଚାରି ନାହାକା କୁ ଲାଗି ପଡ଼ିବାପରେ ସେଥିରେ କଣ୍ଟା ବଢିଆ ଶେଷ ହୋଇଛି।

(ତାଳଧ୍ଵଜ ରଥ ଏବଂ ନନ୍ଦଘୋଷ ରଥର ଚାରି ନାହାକା ଆଗ ଏବଂ ଚଚ୍ଛ ରେ ଗୋଟିଏ ଗୋଟିଏ ଢ଼ମକ ପଡୁଥିବା ବେଳେ ଦର୍ପଦଳନ ରଥରେ ତିନୋଟି ଢ଼ମକ ପଡ଼ିଥାଏ, ଢ଼ମକ ଉପରେ ୫ଟି ଲେଖାଏଁ ସିଂହାସନ ସେଣି ପଡ଼ି ତା’ଉପରେ ପଟାପଡ଼ି ବେଦୀ ନିର୍ମାଣ କରାଯାଏ)

*ଏଥିସହ ଆଜି ତିନି ରଥର କଇଞ୍ଚି ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳି କୁ ତିନୋଟି ଲେଖାଏଁ ୨୦ ଫୁଟିଆ କାଠ ଫାଳୀ ଭୋଇ ସେବକଙ୍କ ମାଧ୍ୟାମରେ ଯୋଗାଇ ଦେଇଛନ୍ତି, ସେଥିରେ ମହାରଣା ସେବକ ମାନେ ମାପ ପ୍ରକାରେରେ ମୂଳ ଭୂଇଁ ଏବଂ ମଝି ଭୂଇଁ କୁ ମଜଭୁତ କରିବା ପାଇଁ କଇଞ୍ଚି ନିର୍ମାଣ ଜାରୀ ରଖିଛନ୍ତି।

*ଏଥିସହ ଆଜି ତିନି ରଥର ମହାରଣା ସେବକ ମାନେ ଚରୋଟି ଲେଖାଏଁ ଧ୍ଵଜବତା ନିର୍ମାଣ ଜାରୀ ରଖିଛନ୍ତି, (ଏହି ଧ୍ଵଜବତା ଦ୍ଵାର ବେଢ଼ା କୁ ଟେକି ଧରିବା ପାଇଁ ଲାଗିଥାଏ)

*ଏଥିସହ ଆଜି ତିନି ରଥ ର କନକ ପେଣ୍ଡି ଏବଂ କନକ ମୁଣ୍ଡି ନିର୍ମାଣ ତିନି ରଥର ମହାରଣା ସେବକ ମାନେ ଜାରୀ ରଖିଛନ୍ତି। (ଏହି କନକ ମୁଣ୍ଡି କଳସରେ ବସିବା ପାଇଁ ,ଏବଂ କନକ ପେଣ୍ଡୀ ମୂଳ ଭୂଇଁ ଉପରେ ବସିବା ପାଇଁ ହୋଇଥାଏ)

*ଆଜି ତିନି ରଥର ବଡଥଳ ବା ବଡ ଧାରା ପୋଟଳ ନିର୍ମାଣ ଆରମ୍ଭ ହୋଇଛି, ଏହି ବଡଧାରା ପୋଟଳ ଅଗ ଭୂଇଁ ବା ତୃତୀୟ ଭୂଇଁ ଉପର ପୋଟଳ ଖମ୍ବିରେ ସେଟ୍ କରାଯିବ।

*ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ, ତିନି ରଥର ଗୋଟିଏ ଗୋଟିଏ ଚାର ପରିଛାରେ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।

*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତେର ପରସ୍ଥ ପୋଟଳ ଚାରି ପାର୍ଶ୍ୱରେ ରେ ବସିବା ପାଇଁ ୪ଫୁଟର ପୋଟଳ କଣ୍ଟା, କଳସ ଏବଂ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

*ଚିତ୍ରକାର ସେବକ ମାନେ ରଥ ଚକ, ଦଣ୍ଡା ଏବଂ ଗୁଜ ଗୁଡିକରେ ଧଳା ପ୍ରାଇମାର ଦେଇ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ଵ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ତା୨୪.୬.୨୦୨୪,ସୋମବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୫ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

 (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

August 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version