No Result
View All Result
୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ବସଷ୍ଟାଣ୍ଡଟି ଦୀର୍ଘ ବର୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ଅର୍ଦ୍ଧ ନିର୍ମିତ ଭାବେ ପଡି ରହିଛି, ଏଥି ପ୍ରତି କେହି ଦୃଷ୍ଟି ଦେଉ ନ ଥିବାରୁ ସେଥି ନେଇ ଏବେ ତ୍ରିବ୍ର ଜନ ଅସନ୍ତୋଷ ଦେଖାଦେଇଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ୧୦ ଲକ୍ଷ ଓ ତତ୍ କାଳୀନ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ କେବଳ ଅର୍ଦ୍ଧ ନିର୍ମିତ ହୋଇଛି ନାମକୁ ମାତ୍ର ପ୍ରବେଶ ଓ ପ୍ରସ୍ତାନ ଫାଟକ । ଏହା ପରେ ଆଉ କାମ ନ ହୋଇ ଅର୍ଦ୍ଧ ନିର୍ମିତ ଭାବେ ପଡି ରହିଛି ବସ ଷ୍ଟାଣ୍ଡ , ବସ ଷ୍ଟାଣ୍ଡ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି ।

ଜନ ଗହଳି ପୂର୍ଣ୍ଣ ବନମାଳୀପୁର ବଜାର ମଧ୍ୟରେ ଯାତ୍ରୀବାହୀ ବସ ଗୁଡିକ ଅଟକି ରହୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଅଛି । ବର୍ଷା ଦିନେ ବସକୁ ଅପେକ୍ଷାରତ ଯାତ୍ରୀ ଘୋର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ଅରିଲୋ, ତିହୁରି, କଣ୍ଟାପଡ଼ା ଶାସନ, ମହଙ୍ଗ ,ବାଙ୍କୁଆ,ଆମଣାକୁଦ,ଖୁଲିଶ,କୁଦପାଟଣା, ନିଆଳି, ନରିଶ ,ଅଭୟମୁଖୀ,ଅପୁଜା ସମେତ ଗ୍ରାମାଞ୍ଚଳର ଲୋକେ ବନମାଳୀପୁରରୁ ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଏବଂ କଟକକୁ ଯାତାୟତ କରିଥାଆନ୍ତି । ଆଉ ମଧ୍ୟ ବନମାଳୀପୁର ନିକଟ ପୁରାଣ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତ୍ରିବେଣୀଶ୍ୱରର ଅନ୍ତ୍ରବେଦୀ, ପୀଠକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଆସି ନିଜ ପିତୃ ପୁରୁଷ ଲାଗି ପିଣ୍ଡ ଦାନ, ଅସ୍ଥି ବିସର୍ଜନ କରିଥାଆନ୍ତି ,
ଆଉ ମଧ୍ୟ ଦେଶ- ବିଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏଠାକୁ ଆସି ତ୍ରିବେଣୀ ପ୍ରାଚୀରେ ବୁଡ ପକାଇ ଥାଆନ୍ତି । ଏଠାରେ ଏକ ବସ ଷ୍ଟାଣ୍ଡ ଜରୁରି ଆବଶ୍ୟକତା ରହିଥିବାରୁ ୧୦ ବର୍ଷ ପୂର୍ବେ ତତ୍ କାଳୀନ ବିଧାୟକ ଶଶୀ ଭୂଷଣ ବେହେରା ଏହାର ନିର୍ମାଣ କାର୍ଯ୍ୟ ପାଇଁ ଶିଳା ନ୍ୟାସ କରିଥଲେ। ସେବେ ଠାରୁ ଆଉ କୌଣସି କାର୍ଯ୍ୟ ହୋଇ ନାହିଁ । ଏବେ ଲୋକଙ୍କର ପ୍ରିୟ ସରକାର ମୋହନ ଚରଣ ମାଝୀ ଆସିଛନ୍ତି । ଏଣୁ ରାଜ୍ୟର ନୂତନ ମୁଖ୍ୟ ମନ୍ତ୍ରୀ ଏହି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଥିବା ବସ ଷ୍ଟାଣ୍ଡ ପ୍ରତି ଦୃଷ୍ଟି ଦେଇ ଏହାକୁ ସଂପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

No Result
View All Result