No Result
View All Result
୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ଦୀର୍ଘ ପନ୍ଦର ବର୍ଷ ରାଜନୈତିକ ଜୀବନ ମଧ୍ୟରେ ମାହାଙ୍ଗାର କଳା ସାହିତ୍ୟ ସଂସ୍କୃତି ପୂଜ୍ୟ ପୂଜା କୁ ସମ୍ମାନ କେବଳ ଭାଷଣ ବାଜିରେ କହିଆସୁଥିବା ନବ ନିର୍ବାଚିତ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ଶପଥ ନେବା ପରେ ମାହାଙ୍ଗାର ବରପୁତ୍ର ମାନକୁ ଭୁଲିଯାଇଛନ୍ତି, ବିଜୟୀ ହେବା ଦିନଠାରୁ ନିଜେ କିପରି ଫୁଲ ମାଳ ପକାଇ ସରକାରୀ ଅଧିକାରୀ ମାନଙ୍କ ଠାରୁ ପିସି ଆଦାୟ ହେବ ସେହି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, ସ୍ୱାଭିମାନର କଥା କହୁଥିବା ସାରଦା ପ୍ରକୃତ ପକ୍ଷେ ତାଙ୍କଠୀ ସ୍ୱାଭିମାନ ର ଗନ୍ଧ ନଥିବା ଏବେ ଠାରୁ ବାରିହୋଇଗଲାଣି,
ମାହାଙ୍ଗା ରେ ଯିଏ ରାଜନୀତିରେ ପାଦ ଥାପିଛନ୍ତି ପ୍ରଥମେ ସେଇ ବ୍ୟକ୍ତି ମାନେ ମାହାଙ୍ଗା ର ସାହିତ୍ୟ ସଂକୃତି କୁ ଯେଉଁ ବରପୁତ୍ର ମାନେ ଉଜ୍ଜୀବିତ କରିଛନ୍ତି ସର୍ବ ପ୍ରଥମେ ସେମାନଙ୍କୁ ସମ୍ମାନ ଜଣେଇବାକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରି ଥାନ୍ତି, ହେଲେ ବାବୁ ସାରଦା ଙ୍କ ପକ୍ଷେ ଓଲଟା, କେବଳ ମଦ ମାଂସ ଟଙ୍କା ଦେଇ ଯୁବ ପିଢୀକୁ ବିପଦ ମୁଖୀ କରିବା ଛଡା ତାଙ୍କ ଦ୍ୱାରା ବିକାଶ ଅଧଗତି ହେବା ପରିଲକ୍ଷିତ ହେଲାଣି,
ବିଧାୟକ ସାରଦା ନିର୍ବାଚିତ ହେବାପରେ କୁଆଁପାଳ ସ୍ଥିତ ପସୁଲୁଣ୍ଡା ଠାରେ ନିଜର କାର୍ଯ୍ୟାଳୟ ଖୋଲି ସବୁବେଳେ ଜାଆସ କରୁଥିବା ଓ ସଭାସମିତି ରେ ଯୋଗ ଦେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ହାତ ଦୂରରେ ଥିବା ଓଡ଼ିଆ ଭାଷା ର ସଂଗ୍ରାମୀ ନେତା ତଥା ପ୍ରଥମ ଓଡ଼ିଆ ଐତିହାସିକ ଦେବାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଜନ୍ମପୀଠ , ହେଲେ ସେଠାକୁ ଯାଇ ତାଙ୍କୁ ସଂମ୍ମାନ ଜଣାଇବାପାଇଁ ତାଙ୍କ ପାଖରେ ସମୟ ନାହିଁ କି ୧୦ଟଙ୍କାର ଫୁଲମାଳ ନାଇ ପୁଷ୍ପାର୍ଘ୍ୟ ପ୍ରଦାନ କରିବାକୁ,
ହେଲେ ନିଜର କଲକତ୍ତୃତ୍ୱ ପଦାରେ ପଡିବା ଭୟ ଓ ଆଇନର ଗଳା ବାଟରେ ଖସିଯିବା ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାଲେପୁର,ମାହାଙ୍ଗା, ନିଶ୍ଚନ୍ତକୋଇଲି, କିଶନ ନଗର ଆଦି ଅଂଚଳର ସମସ୍ତ ଆଇନଜୀବୀ ମାନଙ୍କୁ ଡକାଇ ନୈସ୍ୟ ଭୋଜି ଦେବା ଘଟଣା ତାଙ୍କ ପାରିବା ପଣିଆ କୁ ନେଇ ପ୍ରଶ୍ନ ଉଠୁଛି, ଏବେ ଠାରୁ ବିଧାୟକ ସାରଦା ନିଜର କଲା କର୍ମ କୁ ଭୟ କରି ଆଇନଜୀବୀଙ୍କ ସରଣାପର୍ଣ୍ଣ ହୋଇଥିବା ସମଗ୍ର ମାହାଙ୍ଗାରେ ଆଲୋଚନା ହେଉଛି .
No Result
View All Result