୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ତିନିରଥ ନିର୍ମାଣ କାର୍ଯ୍ଯ ଯୋରସୋରରେ ରଥଖଳାରେ ଆଗେଇ ଚାଲିଛି । ଗତ ଦୁଇଦିନ ତଳେ ତିନିରଥର ବିଭିନ୍ନ ଚକରେ ଫାଟ ଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା । ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ ହେବାରୁ ରବିବାର ଅପରାହ୍ନରେ ତାଙ୍କ ମିଳିତ ଟିମ ତିନିରଥର ୪୨ ଚକ ଯାଞ୍ଚ କରିବା ସହ ପ୍ଲେଟ କ୍ଲାମ୍ପ ସଂଯୋଗ କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନର ଇଆଇସି ଇଞ୍ଜିନିୟର ଡକ୍ଟର ଏନ ସି ପାଲଙ୍କ ନେତୃତ୍ବରେ ପୂର୍ତ୍ତ ବିଭାଗର ଏସଡିଓ ଇଂ ଚକ୍ରଧର ମହାରଣା, ଆସିଷ୍ଟାଣ୍ଟ ଇଞ୍ଜିନିୟର ଜଗନ୍ନାଥ ମିଶ୍ର, ରେଲୱେ ସିନିୟର ସିଡିଓ ସୁରେନ୍ଦ୍ର କୁମାର ପାଢୀ ,ମନୋଜ, ବଟକୃଷ୍ଣ,

ରବୀନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ଯ କର୍ମଚାରୀ ମାନେ ସହଯୋଗ କରିଥିଲେ । ତିନିରଥର ମୁଖ୍ଯ ମହାରଣା ଯଥା ନନ୍ଦିଘୋଷ ରଥର ବିଜୟ ମହାପାତ୍ର, ଦର୍ପଦଳନ ରଥର ନାରାୟଣ ମହାରଣା ଓ ତାଳଧ୍ବଜ ରଥର ନୃସିଂହ ମହାରଣା ପ୍ରମୁଖ ଉପସ୍ଥିତ ରହିବା ସହ ଓଝା ସେବକ ପଈରେ ବିନ୍ଧ କରି କ୍ଲାମ୍ପ ବାଡେଇ ନଟବୋଲ୍ଟ ଫିଟିଙ୍ଗ କରିଥିଲେ ।

ପ୍ରତି ରଥର ଲମ୍ବ ଓ ଓସାର ୩୫ ଫୁଟରେ ୩୫ ଫୁଟ ହୋଇଥିବା ବେଳେ ଏହା ୧୨୨୫ ଫୁଟ ଗୋଲେଇ ମଧ୍ଯରେ ଦଣ୍ଡାୟମାନ ହୋଇଛି । ରଥ ଉପରେ ସେବକ ମାନଙ୍କ ଓଜନ ଚାପ ଅଖ ଓ ଚକ ଉପରେ ପଡିଥାଏ । ପ୍ରତିଦିନ ଇଞ୍ଜିନିୟର ମାନେ ରଥର ବିଭିନ୍ନ ସ୍ଥାନରେ ପରିଦର୍ଶନ କରି ତନଖି କରୁଛନ୍ତି ।
















