No Result
View All Result
୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ତିନି ରଥ ଚାରି ନାହାକା ରେ ପ୍ରଥମ ଭୂଇଁ ଚଉତା ବା ଛ’କାଠି ବୁଲି କଣ୍ଟା ପଡ଼ିଥିଲା…)
ତିନିରଥ ର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେମ ନିର୍ମାଣ ଶେଷ
ତିନି ରଥର ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଫ୍ରେମ ଫିଟିଙ୍ଗ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ପରୀକ୍ଷା ମୂଳକ ଭାବେ ଶେଷ ହୋଇଛି। ଏହା ୪ ଗୋଟି ଭୂଇଁ ଚଉତା ବର୍ଗାକାର ଭାବେ ସଂଯୋଗ ହୋଇ ତା ‘ ଉଭୟ ପାର୍ଶ୍ଵ ରେ ୧୨ ଫୁଟର ଓରା ପକଯାଇ, ଓରାର ଉଭୟ ପାର୍ଶ୍ଵରେ ୪ ଟି ଲେଖାଏଁ ଖମ୍ବି ସଂଯୋଗ ହୋଇ ତା ଚାରି ପାର୍ଶ୍ୱରେ ଭୂଇଁ ସେଣି ପଡ଼ି ତା ଚରିପାର୍ଶ୍ୱରେ ସିଆଣ ଓ ମାଛ ପାତିଆ ସଂଯୋଗ ହୋଇ ମାପ ପ୍ରକାରେ ସେଟିଙ୍ଗ କରାଯାଇ ନମ୍ବରିଂ ଶେଷ ହୋଇଛି।

ତିନି ରଥ ଦଣ୍ଡାରେ ଖଦୀ ଓରା ପଡ଼ି କାପ ବିନ୍ଧ ଶେଷ
ଆଜି ଅପରାହ୍ନରେ ଭୋଇ ସେବକ ମାନେ ତିନି ରଥ କୁ ନଡ଼ିଆ ଗର ବା ଖଦୀ ଓରା ଯୋଗାଇବା ପରେ ମହାରଣା ସେବକ ମାନେ ସେଥିରେ ମାପ ପ୍ରକାରେ କାପ ସହ ବିନ୍ଧ କରାଯାଇ ସେଟିଂ କରାଯାଇଛି।
ଆସନ୍ତା କାଲି ତିନି ରଥରେ ୧୪ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛ’ କାଠି ରେ ପାଖୁଡ଼ା ସଂଯୋଗ ହେବ ।

*ଏଥି ସହ ତିନି ରଥର ଗୋଟିଏ ଗୋଟିଏ ଚାର ପରିଛା ଚଉପଟ ସହ କାପ ଖୋଦେଇ ପରେ ଚିତ୍ର ଖୋଦେଇ ପାଇଁ ରୂପକାର ଚାଳି କୁ ଆସିଅଛି, ରୂପକାର ସେବକ ମାନେ ସେଥିରେ ଚିତ୍ର ଖୋଦେଇ କାର୍ଯ୍ୟ କରିବେ।
*ତିନି ରଥର ଗତକାଲି ଦୁଇଟି ଲେଖାଏଁ ଅଁଳା ଚଉପଟ କାର୍ଯ୍ୟ ଶେଷ ହୋଇଥିଲା ଆଜି ଆଉ ଦୁଇଟି ଲେଖାଏଁ ଅଁଳା ଚଉପଟ କାର୍ଯ୍ୟ ଶେଷ ହୋଇଛି।
*ତିନି ରଥର କତରା ନିର୍ମାଣ ପାଇଁ ରଥ ଅମିନ ଆଜି ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳି କୁ ୪ଟି ଲେଖାଏଁ ୨୦ ଫୁଟିଆ ଫାଳୀ ବାଟନ କାଠ ଯୋଗାଇଛନ୍ତି ତିନି ରଥ ମହାରଣା ମାନେ ସେଥିରେ କତରା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।(ଏହି କତରା ରଥର ସମ୍ମୁଖ ଭାଗ ଏବଂ ପଛ ଭାଗରେ ସଂଯୋଗ ହୋଇଥାଏ, ଏହା ରଥକୁ ଉଠିବାରେ ସହାୟକ ହେବାସହ ମୁଖ୍ୟତଃ ଏହା ଗୁଜ, ଅସୁଆରି ଏବଂ ଟାଣ ବା ଖମ୍ବି କୁ ବାନ୍ଧି ରଖିବାକୁ ରଥରେ କତରା କୁ ଫିଟିଙ୍ଗ କରାଯାଇଥାଏ।
*ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ର ଶେଷ ସ୍ପର୍ଶ ଦେଉଛନ୍ତି।
*ଦୋଳ ବେଦୀ କମାର ଶାଳ ଠାରେ ଓଝା ସେବକ ମାନେ ତିନିରଥ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୨୨.୬.୨୦୨୪,ଶନିବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୩ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

No Result
View All Result