• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ନାନବେଦୀ ରେ ହାତୀବେଶ ରେ ଦର୍ଶନ ଦେଲେ ଶ୍ରୀବିଗ୍ରହ

Proprietor Abhimanyu Maharana by Proprietor Abhimanyu Maharana
June 22, 2024
in ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍
0
ସ୍ନାନବେଦୀ ରେ ହାତୀବେଶ ରେ ଦର୍ଶନ ଦେଲେ ଶ୍ରୀବିଗ୍ରହ
Share on FacebookShare on TwitterWhatsapp

୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଆଜି ସ୍ନାନ ବେଦୀ ରେ ଶ୍ରୀବିଗ୍ରହ ସ୍ନାନ ପରେ ଗଜାନନ ବେଶ ରେ କ୍ତମାନଙ୍କୁ ଦର୍ଶନ ଦେଇଛନ୍ତି |ଆଜି ଜ୍ଯେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି | ଶ୍ରୀମନ୍ଦିରର ଆନନ୍ଦବଜାର ଠାରେ ଥିବା ସ୍ନାନ ବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରିଛନ୍ତି । ଏହି ଦିନ ହେଉଛି ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଏହି ସ୍ନାନ ଏକ କାଠର ମଞ୍ଚ ଉପରେ ସମାପନ କରିଥିଲେ |

ଅନେକ ଶାସ୍ତ୍ରରେ ଏହାକୁ ମଞ୍ଚ ସ୍ନାନ ବୋଲି କୁହାଯାଇଛି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିରେ ବେଦ ଧ୍ଵନି ପୂର୍ବକ ଅଭିମନ୍ତ୍ରିତ ୧୦୮ ସୁନା କଳସୀ ପବିତ୍ର ଜଳରେ ସ୍ନାନ କରିଛନ୍ତି । ମହାପ୍ରଭୁଙ୍କର ଏହି ଆଦ୍ୟ ଲୀଳାକୁ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ। ରଥଯାତ୍ରା ପୂର୍ବରୁ ଏହି ପୂଜା ବିଧି ଶାସ୍ତ୍ରୀୟ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ।

ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସାଧାରଣ ଦିନ ମାନଙ୍କ ପରି ସମସ୍ତ ନୀତି ସମ୍ପନ୍ନ ହେଲା ପରେ ଅଳ୍ପ ସମୟ ପାଇଁ ପହୁଡ଼ ହେବା ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା ର ବିଧି ଆରମ୍ଭ ହୋଇଥିଲା । ପହଣ୍ଡି ପାଇଁ ସୁଆଁସିଆ ସେବକମାନଙ୍କ ଦ୍ଵାରା ଚାରମାଳ ବାନ୍ଧିଥିଲେ । ପହଣ୍ଡିରେ ଆସିବା ପାଇଁ ପ୍ରଭୁଙ୍କର ସୁରକ୍ଷା ଦୃଷ୍ଟିରୁ ସେନାପଟା ଓ ବାହୁଟି ଲାଗି ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ସିଦ୍ଧ ବଳରାମ ଦାସ ଙ୍କ ସତ୍ୟବାଦୀ ର ବକୁଳ ବନରୁ ସେନାପଟା ଓ ବାହୁଟି ଲାଗି ନିମନ୍ତେ ଜ୍ଯେଷ୍ଠ ଶୁକ୍ଳ ପକ୍ଷ ନିର୍ଜଳା ଏକାଦଶୀ ତିଥିରେ ଚିହ୍ନଟ ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରି ଭୋଇ ସେବକମାନେ ଶ୍ରୀଜୀଉମାନଙ୍କୁ ସ୍ମରଣ କରି ବୃକ୍ଷ ଛେଦନ କରିଥିଲେ ।

ତିନି ଖଣ୍ଡ କାଠ ଗଣ୍ଡିକୁ ଏମାର ମଠରୁ ଆସିଥିବା ଶଗଡ଼ ରେ ଲଦି ଏହା ଉପରେ ନୁଆ ଚାନ୍ଦୁଆ କନା ଢାଙ୍କି ସିଦ୍ଧ ବଳରାମ ଙ୍କ ମନ୍ଦିରକୁ ଅଣାଯାଇ ବକୁଳ କାଠ ଉପରେ ଟାହିଆ ଲାଗି ହୋଇଥିଲା । ଏହାପରେ ସତ୍ୟବାଦୀ ରୁ ଶଗଡ଼ରେ ଶ୍ରୀକ୍ଷେତ୍ର ଅଣାଯାଇଥିଲା । ପହଣ୍ଡି ବେଳେ ସେବକମାନଙ୍କ କାନ୍ଧ ଉପରେ ମହାପ୍ରଭୁଙ୍କ ଶ୍ରୀଭୁଜ ରହୁଥିବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ବକୁଳ କାଠ ପଟା ର ବାହୁଟ ଲାଗି କରାଯାଇଥାଏ । ଏହି ଗୁପ୍ତ ସେବା ପରେ ରତ୍ନସିଂହାସନ ଉପରେ ମଙ୍ଗଳାର୍ପଣ ହୋଇଥିଲା ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଦଇତାମାନେ କରିଥିଲେ । ବର୍ଷକୁ ଥରେ ଦଇତାପତି ସେବକ ମାନେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ଶୁଦ୍ଧପୂତ ଭାବେ ଶ୍ରୀ ଜୀଉମାନଙ୍କ ସେବା କରିଥାନ୍ତି । ମହାଜନ ସେବକମାନେ ମଦନମୋହନ ଙ୍କୁ ବିଜେ କରାଇଥିଲେ । ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଶ୍ରୀଜୀଉମାନେ ଚୂଳ ଓ ଟାହିଆ ଲାଗି ହୋଇଥିଲା । ଟାହିଆଲାଗି ହେବା ପରେ ଦ୍ଵିତୀୟ ମଙ୍ଗଳାର୍ପଣ ହୋଇଥିଲା । ତାପରେ ଠାକୁରମାନଙ୍କୁ ବନ୍ଦାପନା କରାଯାଇଥିଲା ।

ଏହା ପରେ ପରେ ରାଘବ ଦାସ ମଠରୁ ଆସିଥିବା ଘଷା ଲାଗି ଜୋଇଥିଲା । ଏହା ପରେ ପନ୍ତି ଖାଇ ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ନିଜ ନିଜ ଆସ୍ଥାନରେ ବିଜେ କରାଯାଇଥିଲା ।ସୁଆରବଡୁ ଅମ୍ବୁଣିଆ ପାଣି ଛିଞ୍ଚି ଥିଲେ ।ଗରାବଡୁ ସୁବର୍ଣ୍ଣ କଳସୀରେ ଶୀତଳାଦେବୀଙ୍କ ସମ୍ମୁଖସ୍ଥ ସ୍ଵର୍ଣ୍ଣକୂପରୁ ଜଳ ଆଣିଥିଲେ । ଏହି କୂପର ଜଳ ବର୍ଷ ସାରା ବ୍ୟବହାର କରାଯାଇନଥିବାରୁ ତାନ୍ତ୍ରିକ ପରମ୍ପରାରେ ଏହାକୁ ଅଣତୁଠ ପାଣି ଭାବେ ଗ୍ରହଣ କରାଯାଇଥାଏ ।

ପୁରୁଣା କାଳରେ ଛୁଆ ଟିଏ ଜନ୍ମ ଗ୍ରହଣ କଲେ ତା ଉପରେ ଦୃଷ୍ଟ ଶକ୍ତିଙ୍କ ପ୍ରଭାବ ନପଡିବା ପାଇଁ ତାକୁ ଅଣତୁଠ ପାଣି ମିଶାଇ ସ୍ନାନ କରାଇବାର ବିଧି ଥିଲା। ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହ ଙ୍କ ମଧ୍ୟରେ ସୁନା କୂପ ଅବସ୍ଥିତ। ଏହି କୂପକୁ ସିଂହ ହିଁ ସୁରକ୍ଷିତ ରଖିଥାନ୍ତି । ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହୋଇଥିଲା । ସ୍ନାନ ବେଦିରେ ସ୍ନାନ ସମୟରେ ତାନ୍ତ୍ରିକବିଧିରେ୧୦୮କଳସରେଅଷ୍ଟବନ୍ଧ,କୃଷ୍ଣ-ଅଗୁରୁ,ଉଶୀର,ଗୋରଚନା, ଦେବଦାରୁ, ମୁଥା, ହରିତାଳ,

ବାହାଡା,ଆମଳକୀ,ସଞ୍ଚିଷ୍ଠା,ତାମ୍ରପର୍ଣ୍ଣୀ,ସୋମପର୍ଣ୍ଣୀ ଓ ଲୋଧା ଆଦି ତେରଟି ପଦାର୍ଥ ମିଶ୍ରଣ କରାଯାଇଥିଲା ।ଯଜ୍ଞ ପରମ୍ପରାରେ ଏହି କୂଅକୁ ପ୍ରଣୀତାକୂପ କୁହାଯାଇଥାଏ । ଏହି ଅଭିମନ୍ତ୍ରିତ ୧୦୮ ଗରା ଜଳରୁ ୩୫ ଗରା ଜଗନ୍ନାଥଙ୍କୁ,୩୩ ଗରା ବଳଭଦ୍ରଙ୍କୁ,୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା । ଏହାକୁ ପ୍ରତ୍ଯକ୍ଷ ଅବକାଶ କହନ୍ତି।ଏହାପରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା | ଶ୍ରୀମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରା ଅନ୍ତର୍ଗତ। ସ୍ନାନ ନୀତି ପରେ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା ।

ରାଘବ ଦାସ ମଠରୁ ହାତୀ ବେଶ ପାଇଁ ଆସିଥିବା ଉପକରଣ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥିଲା । ଶ୍ରୀଜଗନ୍ନାଥ ଙ୍କ ବିଜେ ପ୍ରତିମା ମଦନମୋହନ ଙ୍କୁ ଏହି ମଠ ଶତାଧିକ ବର୍ଷ ତଳେ ପ୍ରଦାନ କରିଥିଲେ। ଏହି ମଠର ମହନ୍ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ଶାଢ଼ୀ ବନ୍ଧାଇବା ବିଧି ରହିଛି।
ଗୋପାଳ ତୀର୍ଥ ମଠରୁ ଆସିଥିବା ଉପକରଣ ଶ୍ରୀବଳଭଦ୍ରଙ୍କୁ ଲାଗି ହୋଇଥିଲା । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଏହି କଥା ଉଲ୍ଲେଖ ରହିଛି |

ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳ ତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ) ଓ ସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଇଥିଲେ । ଏହାପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତିରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରିଥିଲେ ।ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରାପହଁରା ହୋଇଥିଲା । ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି।

ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣ ସ୍ନାନ ମଣ୍ଡପରେ ରଖାଯାଇଥିଲା ।ଭିତରଚ୍ଛ,ଚଳିଚ୍ଛ, ପୁଷ୍ପାଳକ, ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନି ବାଡ଼ରେ ହାତୀ ବେଶ କରିଥିଲେ।ବେଶ ବଢିବା ପରେ ତିନି ବାଡ଼ରେ କର୍ପୁର ଲାଗି ହୋଇଥିଲା | ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଇଥିଲା ଓ ଭୋଗ ପାଇଁ ପ୍ରସ୍ତୁତି

ହୋଇଥିଲା |ଏହିଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ । ଗଜାନନ ବେଶ ବିଷୟରେ ସୁନ୍ଦର କିମ୍ବଦନ୍ତୀ ରହିଛି।ପଞ୍ଚଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଗଣେଶଙ୍କ ଜଣେ ଭକ୍ତ ମହାରାଷ୍ଟ୍ରରୁ ଆସିଥିଲେ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ। କିନ୍ତୁ ମହାଗାଣପତ୍ଯ ସମ୍ପ୍ରଦାୟର ସେହି ବ୍ରାହ୍ମଣ ଭକ୍ତ ଜଣକ ଶ୍ରୀକ୍ଷେତ୍ରରେ ନିଜ ଇଷ୍ଟଦେବତା ଶ୍ରୀଗଣେଶଙ୍କ ଦର୍ଶନ ନପାଇ ନିରାଶ ହେଲେ। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ସେ ଶ୍ରୀଗଣେଶ ଙ୍କୁ ଦର୍ଶନ ନପାଇବାରୁ ଅତ୍ୟନ୍ତ ମର୍ମାହତ ହେଲେ।

ନିରାଶ ମନରେ ଫେରି ଯାଉଥିଲା ବେଳେ କିଛି ବାଟ ଯିବାପରେ ଶୂନ୍ୟ ବାଣୀ ହେଲା ଯିଏ ଶ୍ରୀଗଣେଶ ସେ ହିଁ ଶ୍ରୀଜଗନ୍ନାଥ।ସେ ଶ୍ରୀମନ୍ଦିରକୁ ଫେରିଆସି ସ୍ନାନ ମଣ୍ଡପରେ ଦେଖିବାକୁ ପାଇଲେ ଯେ ଗଣପତି ରୂପ ଧାରଣ କରି ବଳଭଦ୍ର ଓ ଜଗନ୍ନାଥ ଶୋଭା ପାଉଛନ୍ତି। ଗଣପତି ଭଟ୍ଟ ଏହି ରୂପ ଦର୍ଶନ କରି ନିଜକୁ କୃତ୍ୟ କୃତ୍ୟ ମନେ କଲେ ଓ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ସେହିଦିନ ଠାରୁ ଏହି ସ୍ମୃତିକୁ ବହନ କରି ଶ୍ରୀଜୀଉମାନେ ଗଜାନନ ବେଶ ଧାରଣ କରୁଛନ୍ତି । (ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

Panchaa Comes Home: Ramraj Cotton Revives Odisha’s Santhali Weave and Transforms the Livelihoods of Mayurbhanj’s Tribal Women Weavers Through a Contemporary Dhoti

August 12, 2026
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’

August 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କିଂ କ୍ଷେତ୍ର କ୍ରେଡିଟ୍ ପ୍ରାପ୍ତିକୁ ସରଳ କରିବା ସହ ସିବିଲ ସ୍କୋର ସଂସ୍କାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : ରାଜ୍ୟପାଳ ହରି ବାବୁ କମ୍ଭମପତି

August 13, 2026
Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

Banking sector should simplify Credit Access and CIBIL Score reforms to Boost MSME growth in Odisha : Governor Hari Babu Kambhampati

August 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version