No Result
View All Result
୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବିଶ୍ବ ଯୋଗ ଦିବସ । ଏହି ଦିବସକୁ ସାରା ବିଶ୍ବରେ ପାଳନ କରାଯାଉଛି। ଯୋଗର ବିଶେଷତ୍ଵ ହେଉଛି ଯେ ,ଯୋଗ କଲେ ବା ଯୋଗ ମାଧ୍ୟମରେ ଶରୀର ସୁସ୍ଥ ଓ ନୀରଗ ରହେ ଏବଂ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ମହତ୍ଵ ରହିଛି । ଯୋଗର ଉପକାରିତା କୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ । ୨୦୧୫ ରୁ ପ୍ରତି ବର୍ଷ ବିଶ୍ବବ୍ୟାପୀ ଯୋଗ ଦିବସ ପାଳିତ ହୋଇ ଆସୁଅଛି ।

ସେହିପରି ଆଜି ସକାଳ ୫.୩୦ ମିନିଟ୍ ସମୟରେ ନିମାପଡ଼ା ବାରବାଟି ପଡ଼ିଆରେ ନିମାପଡ଼ା ନବନିର୍ବାଚିତ ବିଧାୟିକା ତଥା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଆନ୍ତର୍ଜାତିୟ ଯୋଗ ଦିବସ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ମଧ୍ୟ ଉପସ୍ଥିତ ରହି ଯୋଗ କରିଥିଲେ ।

ଏହି ଯୋଗ ଦିବସରେ ସମସ୍ତେ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ ବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା ଏକ ବାର୍ତ୍ତା ଦେଇଥିଲେ । ସେହିପରି ଅନୁରୂପ ଭାବେ ପିପିଲି ର ନବ ନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ ମଧ୍ୟ ପିପିଲି ଜବାହାର ବିଦ୍ୟାପୀଠ ପଡ଼ିଆରେ ଉପସ୍ଥିତ ରହି ଯୋଗ କରିଥିଲେ ଏବଂ ବିଶ୍ବ ଯୋଗ ଦିବସ ଟିକୁ ପାଳନ କରିବା ସହ ଆଜିର ବ୍ୟସ୍ଥ ବହୁଳ ଜୀବନରେ ଏକ ଶାନ୍ତ ଓ ଚାପମୁକ୍ତ ରହିବା ପାଇଁ ଯୋଗ କରିବା ନିତ୍ୟାନ୍ତ ଜରୁରୀ ବୋଲି ପିପିଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ ।

No Result
View All Result