No Result
View All Result
୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତକାଲି ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁ ରେ ତାଣ୍ଡବ ରଚିଛି କାଳବୈଶାଖୀ । କାଲି ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘର କୁ ସଂପୂର୍ଣ୍ଣ ଭାବେ ମାଟିରେ ମିଶାଇଦେଇଛି କାଳବୈଶାଖୀ । ତା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଦୁଇଦୁଇଟି କୁନିଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଘର କଣରେ ପଡ଼ି ରହିଛନ୍ତି ସୁମିତ୍ରା ।

ଏହି ଝଡ଼ବର୍ଷା ଯୋଗୁଁ ତାଙ୍କର ଗଚ୍ଛିତ ଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଖବର ଲେଖାଯିବା ସୁଦ୍ଧା ସ୍ଥାନୀୟ ପ୍ରଶାସନ ସୁମିତ୍ରାଙ୍କ ପାଖରେ ପହଞ୍ଚି ପାରିନାହାନ୍ତି । ତତ୍ ସହିତ ସେହିଗ୍ରାମର ବଳଭଦ୍ର ନାୟକ , ରଇବାରୀ ଦେଇ ,ମନ୍ଦୋଦରୀ ନାୟକ ଙ୍କ ଘର ମଧ୍ୟ କାଳବୈଶାଖୀ ଦ୍ଵାରା ପ୍ରଭାବିତ ହୋଇଛି । ତୁରନ୍ତ ଏମାନଙ୍କ ନିକଟରେ ପ୍ରଶାସନ ପହଂଚି ସାହାଯ୍ୟ କରିବା ପାଇଁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି ।
No Result
View All Result