No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂସ୍କୃତି ଐତିହ୍ୟ ଓ ପରମ୍ପରା ସଂପନ୍ନ ମନ୍ଦିର ମାଳିନୀ ସଂପୁର ଗ୍ରାମ ରଜ ପଡିଆରେ ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ 83 ବର୍ଷ ଧରି ରଜ ମହୋତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇ ଆସୁଅଛି । ଏହି ଅବସରରେ ସୋମବାର ଦିନ ଉକ୍ତ ଗ୍ରାମର ମା’ଵିମଳେଇ ନାଟ୍ୟ ସଂସଦ ଆନୁକୂଲ୍ୟରେ ଚିକିତ୍ସକ ନିରଞ୍ଜନ ନାୟକଙ୍କ ପୌରହିତ୍ୟ ଏବଂ ସାନ୍ତ୍ୱନୁ ଛୋଟରାୟଙ୍କ ସଯୋଜନାରେ ରଜ ମହୋତ୍ସବ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ବୋଲଗଡ଼ ଗ୍ରାମ ସରପଂଚ ଗୀତଞ୍ଜଳି ସାହୁ ମୁଖ୍ୟ ଅତିଥି, ବୋଲଗଡ଼ ଶିକ୍ଷକ ପାରିବାରର ସଭାପତି ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ବକ୍ତା, ବୋଲଗଡ଼ ଗ୍ରାମ ପଂଚାୟତର ସମିତି ସଭ୍ୟା ନିର୍ମଳା ପ୍ରଧାନ, ଖଙ୍ଗୁରିଆ ଗ୍ରାମ ପଂଚାୟତ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ ଓ ସମାଜସେବୀ ଯୋଗେଶ୍ୱର ପଣ୍ଡା ସମ୍ମାନିତ ଅତିଥି ରୂପେ ଏଥିରେ ଯୋଗଦେଇ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଆମ ପ୍ରିୟ ରାଜ୍ୟ ଓଡିଶା କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ସାରସ୍ୱତ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ପ୍ରାପ୍ତ ହୋଇଛି ।ପାରମ୍ପରିକ ଗଣପର୍ବ ରଜ ପାଳନ ଓଡିଶାର ସଂସ୍କୃତିକୁ ଉନ୍ନତ କରିଛି ।

ତାପରେ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ୱାରା ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ବଳିୟାରସିଂହଙ୍କ ନିର୍ଦ୍ଦେଶନାରେ ‘କହଇ ମନ ଆରେ ମୋ ବୋଲ କର ‘ ପାରିବାରିକ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟ୍ୟ ସଂସଦର ପରିଚାଳକ ଗାନ୍ଧି ପ୍ରଧାନ,ସହପରିଚାଳକ ପପୁନ ଛୋଟରାୟଙ୍କୁ ନାଟକ ପରିବେଷଣ ରେ ପ୍ରମୋଦ ପ୍ରଧାନ, ମଧୁସୂଦନ ମଙ୍ଗରାଜ, ଝରିଆ ବେହେରା, ସର୍ବେଶ୍ୱର ମଙ୍ଗରାଜ, ଅଖିଳ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

No Result
View All Result