No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଫୁଲନଖରା ଛକ ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଜନ୍ମେଜୟପୁର ଗ୍ରାମର ମା, ଦୁଲାଦେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ପାଇଁ ସୋମବାର ବସୁମତୀ ସ୍ନାନ ତିଥିରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶତାଧିକ ମହିଳା ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା ହନୁମାନ ମନ୍ଦିର ନିକଟସ୍ଥ ପୁରୀ ମେନ କେନାଲରେ କଳସ ବୁଡାଇ ବାଜା ବାଣ ରୋଷଣୀ କରି ଦୀର୍ଘ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ଯଞ ସ୍ଥଳୀରେ ପହଞ୍ଚି କଳସ ସ୍ଥାପନ କରିଥିଲେ ।

ଏହିକାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇ ଗୁରୁବାର ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ଦିଆଯାଇ ଯଞ କାର୍ଯ୍ୟ ସମାପନ ହେବ । ମଙ୍ଗଳବାର ସୂର୍ଯ୍ୟପୂଜା , ମଣ୍ଡଳ ସ୍ଥାପନ, ଅଗ୍ନି ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହେବ । ବୁଧବାର ଦିନ ସୂର୍ଯ୍ୟପୂଜା , ପୀଠ ପୂଜା ,ମା, ଦୁଲାଦେଇଙ୍କ ବିଗ୍ର ସ୍ଥାପନ, ଶୟନ, ଗୀତାଆହୁତି ଅନୁଷ୍ଠିତ ହେବ । ଗୁରୁବାର ସୂର୍ଯ୍ୟପୂଜା ,ବିଗ୍ରହ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ପ୍ରସାଦ ନ୍ୟାସ , ମା, ଦୁଲାଦେଇଙ୍କ ବିଗ୍ରହ ମନ୍ଦିର ପ୍ରବେଶ, ନବଯୌବନ ଦର୍ଶନ, ଚଣ୍ଡୀ ପାଠ ଆହୁତୀ ,ପୂର୍ଣ୍ଣାହୁତୀ ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯିବ ।

ପୂର୍ଣ୍ଣାହୁତୀ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ଆଖପାଖ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଅଜୟ ମହାନ୍ତି କର୍ତ୍ତା ତାଙ୍କ ସହଧର୍ମିଣୀ ସରସ୍ୱତୀ ମହାନ୍ତି କର୍ତ୍ତୀ, ସୁବାସ ଦାସ କର୍ତ୍ତା ଏବଂ ତାଙ୍କ ସହଧର୍ମିଣୀ କଳ୍ପନା ଦାସ କର୍ତ୍ତୀ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ଦାସ, ଜୟନ୍ତ ମହାନ୍ତି ,ଧିରେନ୍ଦ୍ର ପରିଡ଼ା , ସଚିଦାନନ୍ଦ ଦାସ , ଅଶୋକ ମହାନ୍ତି, ଦେବେନ୍ଦ୍ର ଦାସ , ପ୍ରଶନ ମହାନ୍ତି, ପ୍ରଦ୍ୟୁମ୍ନ ପରିଡ଼ା , ମହର୍ଷି ପରିଡ଼ା ,ଗୌରହରି ପରିଡ଼ା , ଟୁକୁନି ଦାସଙ୍କ ସମେତ ଗ୍ରାମର ସମସ୍ତ ଯୁବକ ସହଯୋଗ କରୁଛନ୍ତି ।


No Result
View All Result