No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କ ନିଜସ୍ଵ ଉଦ୍ୟମରେ ସାରା ବିଶ୍ବରେ ଶାନ୍ତି, ମୈତ୍ରୀ ଓ ସଂହତିର ବାର୍ତ୍ତା ବହନ କରୁଥିବା ଆର୍ଟ ଅଫ ଗିଭିଂ ବା ଦାନ କରିବାର କୌଶଳ ଶୀର୍ଷକ ଏକ କର୍ମଶାଳା ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଟାକରା ସିଦ୍ଧେଶ୍ୱର ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ଆଜିର ଏହି ଏକାଦଶତମ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ର ପୁରାତନ ଛାତ୍ର ତଥା ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ,କିଶୋର ଚନ୍ଦ୍ର ସାହୁ ,ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇ ଉପସ୍ଥିତ ମହିଳା ଗୋଷ୍ଠୀ ଓ ଜନସାଧାରଣ ଙ୍କୁ ଦାନ କରିବାର କଳାକୌଶଳ ସଂପର୍କରେ ପୁଙ୍କାନୁପୁଖ ବୁଝାଇଥିଲେ ।
ସାମ୍ପ୍ରତିକ ପରିସ୍ଥିତିରେ ଡ଼ . ଅଚ୍ୟୁତ ସାମନ୍ତ ଙ୍କ ଏହି ସୁ-ଦୂର ପ୍ରସାରି ମହତ୍ୱାକାଙ୍ଖି ଚିନ୍ତାଧାରା ମାତ୍ର ୧୧ ବର୍ଷ ମଧ୍ୟରେ ବିଶ୍ଵବିଧିତ ହୋଇପାରିଛି ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ। ସମାଜସେବୀ ପ୍ରସନ କୁମାର ସାହୁ ଦାନର ମହନୀୟତା ଓ ଦାନ କରିବାର ଅଭ୍ୟାସ କୁ ସମସ୍ତେ ଜାରି ରଖନ୍ତୁ ବୋଲି ଉପସ୍ଥିତ ଜନତା ଙ୍କୁ ଅନୁରୋଧ କରିଥିଲେ ।ସାମ୍ବାଦିକ ରତ୍ନାକର ହୋତା ସାମ୍ପ୍ରତିକ ସମାଜରେ ଜଣେ ଗୃହିଣୀ ତଥା ମାଆ ଙ୍କ ପରିବାର ,ସମାଜ ତଥା ଦେଶପାଇଁ ନିସ୍ୱାର୍ଥାପର ଶ୍ରମଦାନ ,ସେବା ,ପ୍ରେମ ଓ ଭଲ ପାଇବା ବିଷୟରେ ସରଳ ତଥା ସାବଲୀଳ ଭାବରେ ଆଲୋଚନା କରିଥିଲେ ।କିସ୍ ର ଦଶପଲ୍ଲା ସଂଯୋଜକ ରାଜେଶ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଚିନ୍ତା ,ଚେତନା ,ସମାଜସେବା ଓ ମହାନ ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଉପରୋକ୍ତ ବକ୍ତା ମାନଙ୍କ ଏହି ଆଲୋଚନା ଓ ଉପଦେଶ ଉପସ୍ଥିତ ଜନତା ଙ୍କ ଭିତରେ ଦାନ କରିବା ପାଇଁ ଏକ ଭାବାନ୍ତର ସୃଷ୍ଟି କରିଥିଲା । ଟାକରା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଏକ ନିଆରା ଏବଂ ଭିନ୍ନ ରୁଚିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଯୋଗୁଁ ଜନସାଧାରଣ ଡ଼ ଅଚ୍ୟୁତ ସାମନ୍ତ ତଥା ତାଙ୍କ ସଂଗଠନ କୁ ଭୂରିଭୂରି ପ୍ରଶଂସା କରିଥିଲେ । ଆଜିର ଏହି ସମଗ୍ର କାର୍ଯ୍ୟକ୍ରମ କୁ ଦଶପଲ୍ଲାର କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ମଞ୍ଚରେ ସଭାପତିତ୍ଵ କରି ଶେଷରେ ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

No Result
View All Result