No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ପଣ୍ଡା ଶନିବାର ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ପଞ୍ଚାୟତ ବାସୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପଣ୍ଡା ଶାଳପଡା ପଞ୍ଚାୟତର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ପଞ୍ଚାୟତର ବିକାଶ ଜାରି ରଖିବେ ।

ପୂର୍ବରୁ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ବିଧାୟକମାନଙ୍କ ପାଇଁ ଅନୁମତି ମିଳୁ ନ ଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରପଞ୍ଚ ସାକ୍ଷାତ କରି ପାରୁଥିବା ନେଇ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ମୂଖ୍ୟମନ୍ତ୍ରୀଙ୍କୁ ସବୁ ବର୍ଗର ଜନ ସାଧାରଣମାନେ ସାକ୍ଷାତ କରି ପାରୁଥିବାରୁ ଆଗାମୀ ଦିନରେ ରାଜ୍ୟରେ ବିକାଶ ଡବଲ ଇଞ୍ଜିନ ପରି ତ୍ଵରାନିତ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

No Result
View All Result